ସ୍ତ୍ରୀଙ୍କୁ କରୋନା ହୋଇଥିବାର ଶୁଣି ହୃଦଘାତ୍‌ରେ ମୃତ୍ୟୁବରଣ କଲେ ସ୍ବାମୀ

Published: Aug 11, 2020, 4:15 pm IST

ମୁଜାଫରପୁର :  ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ତ୍ରୀଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ  ବିହାରର ମୁଜାଫରପୁରରେ ଜଣେ ପତ୍ନୀଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍‌ର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଗ୍ରାମବାସୀମାନେ ଶବକୁ ଆମ୍ବୁଲାନ୍ସରେ ବାହାର କରିବାକୁ ଅନୁମତି ଦେଇନଥିଲେ । ଏହା ପରେ ପ୍ରଶାସନ ସ୍ଥାନୀୟ ଅଧିକାରୀ ଓ ମୁଖିଆଙ୍କ ସହିତ ଯୋଗାଯୋଗ କରି ଜେସିବି ଦ୍ବାରା ଶବକୁ ଅନ୍ତିମ ସଂସ୍କାର କରାଯାଇଥିଲା ।

ମୃତକଙ୍କ ସ୍ବାମୀଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନସାରେ ମୁଜାଫରପୁରର ସରୈୟାର 60 ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ତ୍ରୀ କରୋନା ପଜିଟିଭ୍‌ ହୋଇଛନ୍ତି ।  କରୋନା  ପଜିଟିଭ୍‌ ଶୁଣିବା ପରେ ସ୍ବାମୀଙ୍କର ହାର୍ଟ ଆଟାର୍କରେ ମୃତ୍ୟୁ ହୋଇଛି ।

ମୃତକ ଜଣକ ହେଉଛନ୍ତି ସରୈୟା ପ୍ରଖଣ୍ଡର ଆନନ୍ଦପୁର ଗୋଙ୍ଗଲିଆ ଗ୍ରାମ ନିବାସୀ ମୂରଲୀଧର ଠାକୁର୍‌ । ମୃତକଙ୍କ ପତ୍ନୀ କରୋନା ପଜିଟିଭ୍‌ ହୋଇଥିବାବେଳେ ମୃତକ ଜଣକ ରିପୋର୍ଟ ନେଗେଟିଭ୍‌ ଥିଲା ।  ସ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଶୁଣିବା ପରେ ସ୍ବାମୀଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡି ଯାଇଥିଲା । ତୁରନ୍ତୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟ ପରେ ଆମ୍ବୁଲାନ୍ସ ଜରିଆରେ ତାଙ୍କ ଶବ ଗ୍ରାମକୁ ଆସିଥିଲା । କିନ୍ତୁ ଗ୍ରାମବାସୀମାନେ ଶବକୁ ଗ୍ରାମରେ ପ୍ରବେଶ କରିବାକୁ ଅନୁମତି ଦେଲେ ନାହିଁ । ପ୍ରାୟ ସାତ ଘଣ୍ଟା ଧରି ଆମ୍ବୁଲାନ୍ସରେ ଶବ ରହିବାପରେ ପ୍ରଶାସନର ହସ୍ତକ୍ଷେପ ପରେ ଅନ୍ତିମ ସଂସ୍କାର କରାଯାଇଥିଲା ।  (ଏଜେନ୍ସି)

Related posts