
ସମ୍ବଲପୁର : ସମ୍ବଲପୁରରେ ସଟ୍ଡାଉନ୍ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ନିର୍ଦ୍ଦେଶ ଦେଇଛନ୍ତି । ସ୍ବାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍ଡାଉନ୍। ଉଭୟ ପର୍ବ ପାଇଁ 3 ଦିନ ପାଇଁ ସଟ୍ଡାଉନ୍ କଟକଣା ରହିବନି । ସ୍ବାଧୀନତା ଦିବସ ଶନିବାର ଦିନ ପଡୁଥିଲେ ବି ହେବନି ସଟ୍ଡାଉନ୍ । ନୂଆଖାଇ ପାଇଁ 22 ଓ 23ରେ ମଧ୍ୟ ହେବନି ସଟ୍ଡାଉନ୍ । ନୂଆଖାଇ 23 ତାରିଖ ପଡୁଥିବାବେଳେ ନୂଆଖାଇ ପାଇଁ 22 ତାରିଖ ଦିନ ସଟ୍ଡାଉନ୍ ବାତିଲ୍ କରାଯିବ । ଏହି ଦିନ ଲୋକେ ବଜାରରୁ ଜିନିଷ ପତ୍ର କିଣିବେ । ତେବେ ଅଗଷ୍ଟ 15 ବଦଳରେ ଅଗଷ୍ଟ 16 ଓ 17 ତାରିଖ ସଟ୍ଡାଉନ୍ ରହିବ ବୋଲି ସୂଚନା ରହିଛି ।