Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲରେ ବୃଦ୍ଧି ପାଉଛି ସରକାରୀ ଯାଗା ଜବରଦଖଲ,ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ଜବରଦଖଲ ଉଚ୍ଛେଦ କରୁନି ତହସିଲ
ଆଜିର ଖବର

ତିର୍ତ୍ତୋଲରେ ବୃଦ୍ଧି ପାଉଛି ସରକାରୀ ଯାଗା ଜବରଦଖଲ,ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ଜବରଦଖଲ ଉଚ୍ଛେଦ କରୁନି ତହସିଲ

August 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ସରକାରୀ ଶ୍ମଶାନ, ଅନାବାଦି ଓ ଗୋଚାରଣ ଜମିକୁ ଜବରଦଖଲ କରି ଧାନଚାଷ କରିଛନ୍ତି ମୁଷ୍ଟିମେୟ ଲୋକ।ତହସିଲ ଠାରୁ ଜିଲ୍ଲାପାଳ ଓ ଆରଡିସିଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେବି ଉଚ୍ଛେଦ କରାଯାଉନି ଜବରଦଖଲ ।ଫଳରେ ଚାଷଜମିକୁ ଯାଇପାରୁନାହାଁନ୍ତି ଚାଷୀ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ମହମ୍ମଦାବାଦ ଗ୍ରାମରେ।

ଉକ୍ତ ପଞ୍ଚାୟତ ମହମ୍ମଦାବାଦ ଗ୍ରାମରେ ୧୨୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି।ଏହି ଗ୍ରାମରେ ୨୭ଏକରରୁ ଉର୍ଦ୍ଧ ସରକାରୀ ଶ୍ମଶାନ, ଅନାବାଦି ଓ ଗୋଚାରଣ ପାଇଁ ଗୋଚର ଜମି ସଂରକ୍ଷିତ ରହିଥିଲା । ସଂରକ୍ଷିତ ଗୋଚର ଜମିରେ ଗୋରୁଗାଈ ଚରି ଆସୁଥିବା ବେଳେ ଏହି ସରକାରୀ ଜମିଦେଇ ଗ୍ରାମର ଚାଷୀମାନେ ହଳବଳଦ,ଟ୍ରାକ୍ଟର ନେଇ ଚାଷଜମିକୁ ଯାଆଆସ କରିଆସୁଥିଲେ।ମାତ୍ର ଗ୍ରାମର କେତେକ ମୁଷ୍ଟିମେୟ ଅସାଧୁ ଲୋକ ଉକ୍ତ ୨୭ଏକରରୁ ଉର୍ଦ୍ଧ ସରକାରୀ ସଂରକ୍ଷିତ ଅନାବାଦି,ଶ୍ମଶାନ ଓ ଗୋଚର ମଧ୍ୟରୁ ୨୦ଏକରରୁ ଉର୍ଦ୍ଧ ସରକାରୀ ଯାଗାକୁ ଜବରଦଖଲ କରି ଗଛ କାଟିନେବା ସହ ମାଟି ଉଠାଇନେଇ ଜୋରଜବରଦସ୍ତ ଜବରଦଖଲ କରି ଚାଷ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏସଂପର୍କରେ ଗ୍ରାମବାସୀ ତିର୍ତ୍ତୋଲ ତହସିଲଦାର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳ ଓ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତହସିଲ ପକ୍ଷରୁ ଆରଆଇ ଜବରଦଖଲ ହୋଇଥିବା ଜାଣି ତହସିଲଦାରଙ୍କୁ ରିପୋର୍ଟ ଦେଇଥିବା କୁହାଯାଉଥିଲେ ମଧ୍ୟ ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାର କାରଣ କ’ଣ ହୋଇପାରେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ପ୍ରଶାସନ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ ହେଲେ ବିଧାୟକଙ୍କ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶକୁ ମଧ୍ୟ ତହସିଲ୍ ପ୍ରଶାସନ ଖାତିର୍ କରୁନାହାନ୍ତି ବୋଲି କୁହାଯାଉଛି। ଏପରିକି ସ୍ଥାନୀୟ ପାରାଦ୍ୱୀପ ବିଧାୟକ ତହସିଲ ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।କେବଳ ଯେ ସଂରକ୍ଷିତ ଗୋଚର ଜମି ତାହା ନୁହେଁ ଗାଁ ମଶାଣିକୁ ବି ଜବରଦଖଲ କରିବାକୁ ପଛାଇ ନାହାଁନ୍ତି ଏହି ମୁଷ୍ଟିମେୟ ଲୋକ । ଜବରଦଖଲ ଯୋଗୁଁ ଗୋରୁଗାଈ ଚାରଣ ହରାଇଥିବା ବେଳେ ଗ୍ରାମବାସୀମାନେ ଚାଷଜମିକୁ ହଳବଳଦ କିମ୍ବା ଟ୍ରାକ୍ଟର ନେଇଯାଇ ପାରୁନାହାଁନ୍ତି।ଏପରିକି ଗ୍ରାମରେ କେହି ମୃତ୍ୟୁବରଣ କଲେ ଗାଁ ମଶାଣିରେ ଶବଦାହ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।କରୋନା ମହାମାରୀକୁ ଆଳକରି ସାଧାରଣ ଲୋକଙ୍କ କାର୍ଯ୍ୟରେ ଏକପ୍ରକାର ଡୋରି ବନ୍ଧା ହୋଇଥିବା କୁହାଯାଉଛି ।ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025
Latest News

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025

ବିଏସଏଫ କନଷ୍ଟେବଳ ନିଯୁକ୍ତିରେ ୫୦% ସଂରକ୍ଷଣ ପାଇବେ ଅଗ୍ନିବୀର, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.