ଭୁବନେଶ୍ବର, ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ 5ଟା 30 ମିନଟରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂନଫରେନ୍ସିଂ ମାଧ୍ୟମରେ ନବୀନ ନିବାସରେ ରହିବେ। ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଏବଂ ବିଭାଗୀୟ ସଚିବ ରହିବେ। ଏହି ବୈଠକରେ ମୋଟ 18ଟି ପ୍ରସ୍ତାବ ରହିଛି। ସେଗୁଡିକ ମଧ୍ୟରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଶିକ୍ଷା ଓ ରାଜସ୍ବ ପରି କେତେକ ବିଭାଗର ପ୍ରସ୍ତାବରେ ମୋହର ବାଜିବ।