
ଓଡ଼ିଶା ସ୍କିଲ୍ ଡେଭଲପ୍ମେଣ୍ଟ୍ ଅଥରିଟି (ଓଏସ୍ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ। ମଲ୍ଟିନ୍ୟାସନାଲ୍ ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ଦର୍ଶାଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସ୍ଡିଏର ଚେୟାରମ୍ୟାନ୍ ଦାୟିତ୍ୱ ପ୍ରଦାନ କରିଥିଲେ।