ଘରେ ରହି ମଧ୍ୟ ବୁଲିବାର ମଜା ଦେବ ଏହି ଘର, ଜାଣନ୍ତୁ ଏହା ସମ୍ପର୍କରେ

Published: Aug 13, 2020, 2:03 pm IST

ତାମିଲନାଡୁ : କରୋନା ପାଇଁ ଏବେ ସମେସ୍ତ ଘରେ ଗୃହବନ୍ଦୀ । ବୁଲିବାକୁ ଇଚ୍ଛା ଥିଲେ ବି ଯାଇ ହେଉନାହିଁ । ତେବେ ଏବେ ଏମିତି ଏକ ଘର ଚର୍ଚ୍ଚାକୁ ଆସିଛି । ଯେଉଁ ଘରେ ରହିଲେ ବି ଆପଣ ଯାଇପାରିବେ ମାଇଲ ମାଇଲ୍‌ ଦୂର ବାଟ । ଯୁଆଡେ ଇଚ୍ଛା ପାରିବେ । ଏମିତି ଏକ ଘର ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି ।

ସୋସିଆଲ ମିଡିଆରେ 1 ଲକ୍ଷ ଟଙ୍କାର ଏକ ଘରର ଫଟୋ ଭାଇରାଲ୍‌ ହେବାରେ ଲାଗିଛି । ତେବେ ଏହି ଘରର ସବୁଠୁ ଖାସ୍‌ କଥା ହେଉଛି ଯେ ଏହି ଘର ଯୁଆଡେ ଇଚ୍ଛା ସିଆଡେ ଯାଇପାରିବ । ମାନେ ଏହି ଘର ଚାଲିପାରିବ ।

ତାମିଲନାଡୁର 23 ବର୍ଷୀୟ ଅରୁଣ ପ୍ରଭୁ ଏକ ଅଟୋକୁ ଏପରି ଭାବରେ ଡିଜାଇନ୍‌ କରିଛନ୍ତି ଯେ,  ଏହି ଅଟୋରେ ବେଡରୁମ୍‌, ଲିଭିଂ ରୁମ୍‌ଏ କିଚେନ୍‌ ସହିତ ଟୟଲେଟ୍‌ ମଧ୍ୟ ଅଛି । ଏହି ଘରେ ଦୁଇଜଣ ଲୋକେ ଆରାମରେ ରହିପାରିବେ । ଛାତ ଉପରେ ବସି ଖୋଲା ପବନ ମଧ୍ୟ ଖାଇପାରିବାର ବ୍ୟବସ୍ଥା ରହିଛି ।

36 ବର୍ଗଫୁଟ୍‌ରେ ନିର୍ମାଣ ହୋଇଥିବା ଏହି ଘରେ 250 ଲିଟର ପାଣି ଟାଙ୍କି ଓ 600 ଓ୍ବାଟ୍‌ରେ ସୋଲାର ପ୍ୟାନେଲ୍‌ ରହିଛି । ଏହା ସହିତ ଘରର କବାଟ ସହିତ ଉପର ଛାତକୁ ଯିବା ପାଇଁ ସିଡି ମଧ୍ୟ ରହିଛି ।  ଏହି ଘରଟିକୁ ରିସାଇକେଲିଂ ଜରିଆରେ ନିର୍ମାଣ କରାଯାଇଛି । ପ୍ରାୟ 5 ମାସ ଲାଗିଥିଲା ଏହି ଘରଟିକୁ ତିଆରି କରିବା ପାଇଁ। ବାଙ୍ଗାଲୁରୁର ଡିଜାଇନ୍‌ ଓ ଆର୍କିଟେକ୍‌ କମ୍ପାନୀ ବିଲବୋର୍ଡ ସହିତ ମିଶି କରି ଅରୁଣ ଏହି ଘରକୁ ପ୍ରସ୍ତୁତ କରିଛନ୍ତି ।

Related posts