ପୋଲିଓ ବୁନ୍ଦା ଖାଇବାକୁ ଆସିଥିବା ଶିଶୁକୁ ଦିଆଗଲା ସାନିଟାଇଜର୍ ମିଶା‌ ପାଣି : ଗୁରୁତର ଅବସ୍ଥାରେ ହସ୍ପିଟାଲ ଭର୍ତ୍ତି

Published: Aug 13, 2020, 2:45 pm IST

ଅଗରତାଲା : ତ୍ରିପୁରାର ଏକ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ଏକ 10 ମାସ ଶିଶୁର ଅବସ୍ଥା ଗୁରୁତର ହୋଇଛି । ଘଟଣାଟି ସାମ୍ନାକୁ ଆସିବା ପରେ ଏହି କାର୍ଯ୍ୟ ପାଇଁ ଜଣେ ଆଶା କର୍ମୀଙ୍କ ବିରୋଧରେ ପୋଲିସ୍‌ ଏତଲା ଦେଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଉନ୍‌କୋଟି ଜିଲ୍ଲାର ସୋନମୁରା ଗ୍ରାମର ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ 10 ମାସର ଶିଶୁ ପୋଲିଓ ଟୀକା ଲଗାଇବା ପାଇଁ ଆସିଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ସାନିଟାଇଜର୍‌ ମିଶା ପାଣି ପିଆଇ ଦେଇଥିବାର ଅଭିଯୋଗ ଆସିଛି । ଏହି ପାଣି ପିଇବା ପରେ ଶିଶୁଟି ଅସୁସ୍ଥ ହୋଇପଡିଥିବାବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଶିଶୁଟିର ଅବସ୍ଥା ଏବେ ସ୍ଥିର ରହିଛି । ଏହି ଘଟଣାରେ ଆଶା କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ପୋଲିଓ ରୋଗରୁ ମୁକ୍ତି ପାଇଁ ଶିଶୁକୁ 6 ବର୍ଷ ପର୍ଯ୍ୟନ୍ତ ପୋଲିଓ ଟୀକା ଦିଆଯାଇଥାଏ।  ପୋଲିଓ ଟୀକା ଏହି ରୋଗରୁ ଶିଶୁକୁ ରକ୍ଷା କରିଥାଏ । (ଏଜେନ୍ସି)

Related posts