ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 24 ଲକ୍ଷ ଡେଇଁଲା

Published: Aug 14, 2020, 11:00 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 64 ହଜାର 553 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 1000 ପାର କରିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 48 ହଜାର 40ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 24 ଲକ୍ଷ 61ହଜାର 190ରେ ପହଞ୍ଚି ଥିବା ବେଳେ ଏହା ମଧ୍ୟରୁ 17 ଲକ୍ଷ 51 ହଜାର 555 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ହାର 70 ପ୍ରତିଶତ ଉପରେ ରହିଛି । ସେହିପରି ଏବେ ସୁଦ୍ଧା ଦେଶରେ 6ଲକ୍ଷ 61 ହଜାର 595ଜଣ ସକ୍ରିୟ ଅଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବାବେଳେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 19 ହଜାର 063ଜଣଙ୍କ ମୃତ୍ୟୁହୋଇଛି ।

Related posts