ସାଂସଦ ନବନୀତଙ୍କ ପରିବାରର 16 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ

Published: Aug 14, 2020, 3:07 pm IST

ଅମରାବତୀ : କରୋନାରେ ଏବେ ରାଜନୈତିକ ଦଳର ବହୁ ବଡ ବଡ ହସ୍ତୀମାନେ ଶିକାର ହେଉଛନ୍ତି । ବହୁ ସାଂସଦ, ବିଧାୟକ, କେନ୍ଦ୍ରୀୟ ମନ୍ତ୍ରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ପରିବାରବର୍ଗ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଅମରାବତୀର ସାଂସଦଙ୍କ ପରିବାରର 16ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଅମରାବତୀ ସାଂସଦ ନବନୀତ ରାଣା କରୋନା ପଜିଟିଭ୍‌ ଚିହ୍ନଟ ହେବାର ଏକ ସପ୍ତାହ ମଧ୍ୟରେ ତାଙ୍କ ପରିବାରର ପ୍ରାୟ 16 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଅଗଷ୍ଟ 6 ତାରିଖରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ବେଳେ ରାଣାଙ୍କ ପୁଅଝିଅଙ୍କ ସହିତ ତାଙ୍କର ସମ୍ପର୍କୀୟଙ୍କୁ ମିଶାଇ ସମୁଦାୟ 16 ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ନବନୀତଙ୍କ ଦୁଇ ସନ୍ତାନ ଘରେ କ୍ବାରେଣ୍ଟାଇନରେ ରହିଥିବାବେଳେ ତାଙ୍କ ସମ୍ପର୍କୀୟମାନେ ଅମରାବତୀ ଓ ନାଗପୁରର ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଛନ୍ତ । ନବନୀତଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ରବି ରାଣା ଅଗଷ୍ଟ 11 ତାରିଖରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।  (ଏଜେନ୍ସି)

Related posts