କୋଝିକୋଡ ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା 22 ଅଫିସରଙ୍କୁ କରୋନା

Published: Aug 14, 2020, 5:07 pm IST

ଥିରୁଅନନ୍ତପୁରମ : କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତରେ ନିୟୋଜିତ ରହିଥିବା 22 ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ତଥା ତଦନ୍ତରେ ନିୟୋଜିତ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ଆଜି 22 ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ମଲ୍ଲାପୁରମ୍ ମେଡିକାଲ ଅଫିସର ସୂଚନା ଦେଇଛନ୍ତି । 100ରୁ ଅଧିକ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ,  ବନ୍ଦେ ଭାରତ ମିଶନରେ ଦୁବାଇରୁ ଫେରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଏକ୍ସପ୍ରେସ୍ ବିମାନଟି କେରଳର କୋଝିକୋଡଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ଦୁର୍ଘଟଣାରେ 18ଜଣ ମୃତ୍ୟୁବରଣ କରିଥିବାବେଳେ 150ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । (ଏଜେନ୍ସି)

Related posts