କରୋନାରୁ ସୁସ୍ଥ ହେଲେ ଅମିତ୍‌ ଶାହା

Published: Aug 14, 2020, 5:45 pm IST

ନୂଆଦିଲ୍ଲୀ : କରୋନାରୁ ସୁସ୍ଥ ହେଲେ ଅମିତ୍‌ ଶାହା ।କରୋନାରେ ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୃହମନ୍ତ୍ରୀ ଅମିତ୍‌ ଶାହା ସୁସ୍ଥ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବା ନେଇ ନିଜେ ଶାହା ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ନିଜ ଶୁଭେଚ୍ଛୁ ଓ ମେଦାନ୍ତ ହସ୍ପିଟାଲର ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଶାହା ।  ତେବେ ଏବେ ଆଉ କିଛି ଦିନ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଆଇସୋଲେସନ୍‌ରେ ରହିବେ ବୋଲି ସୂଚନା ରହିଛି। (ଏଜେନ୍ସି)

Related posts