Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କଲେ ଭାରତୀୟ ଗବେଷକ
ଆଜିର ଖବର

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କଲେ ଭାରତୀୟ ଗବେଷକ

August 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ। ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ ଆଣ୍ଡ ସମ୍‌ ହସ୍ପିଟାଲର ଗବେଷକମାନେ ମିଳିତ ଭାବେ ଗବେଷଣା କରି ଏହି କାର୍ଯ୍ୟରେ ସଫଳ ହୋଇଛନ୍ତି।

ଏହି ଗବେଷକମାନେ ୭୫୨ଟି କ୍ଲିନିକାଲ୍ ସାମ୍ପଲ୍ ସମେତ ୧୫୩୬ଟି ସାମ୍ପଲ୍‌ର ପରୀକ୍ଷଣ କରିଥିବା ବେଳେ ପ୍ରଥମ ଥର ପାଇଁ ଭାରତରେ ୨ଟି ଲିନିଏଜ୍ ବି.୧.୧୧୨ ଏବଂ ବି.୧.୯୯ ଚିହ୍ନଟ କରିପାରିଛନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲର ଗବେଷଣା ନିର୍ଦ୍ଦେଶକ ତଥା ମୁଖ୍ୟ ପରୀକ୍ଷକ ଡଃ ଜୟଶଙ୍କର ଦାସ ସୂଚନା ଦେଇଛନ୍ତି। କାଉନ୍‌ସିଲ୍ ଅଫ୍ସା ଇନ୍‌ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହଯୋଗରେ ଗବେଷଣା କରୁଥିବା ଏହି ଗବେଷକ ଟିମ୍ ବିଶ୍ୱରେ ପ୍ରଥମ ଥର ପାଇଁ ସବୁଠାରୁ ଉନ୍ନତ ଧରଣର କୋଭିଡ୍ ସିକ୍ୱେନି୍ସଂ ପ୍ରଣାଳୀ ବାହାର କରିପାରିଛନ୍ତି ଯାହାକି କୋଭିଡ ସଂକ୍ରମଣକୁ ଉପଯୁକ୍ତ ପ୍ରକ୍ରିୟାରେ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ଡଃ ଦାସ ସୂଚନା ଦେଇଛନ୍ତି। ପ୍ରଖ୍ୟାତ ସଂସ୍ଥା ଟେକ୍‌
ଇଲୁମିନାର ରିପୋର୍ଟ ଅନୁଯାୟୀ ଭାରତ ଏହି ଗବେଷଣାରେ ୧୦ଟି ଦେଶର ୧୨ଟି ଗବେଷଣା ଅନୁଷ୍ଠାନକୁ ପଛରେ ପକାଇ ଏହି ଫିଲ୍ଡ ଭାଲିଡେସନ୍ ଡାଟାକୁ ପ୍ରକାଶ କରିପାରିଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗବେଷକମାନେ କରୋନା ଭାଇରସ୍ ସଂକ୍ରମଣର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ସଂକ୍ରମଣ କ୍ଷମତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ୫୦୦ଟି ଭାଇରାଲ୍ ଜେନମ୍‌ର ସିକ୍ୱେନ୍ସିଂ ଓ ଆନାଲିସିସ୍ କରୁଛନ୍ତି। ଏହା ବ୍ୟତୀତ ପୂର୍ବ ଭାରତ ବିଶେଷ କରି ଓଡ଼ିଶାରେ ଏହି କୋଭିଡ ଷ୍ଟ୍ରେନ୍‌, ନୂତନ ଥେରାପିଉଟିକ୍ ଟାର୍ଗେଟ ଏବଂ ମ୍ୟୁଟେସନ୍‌କୁ ବୁଝିବା ନିମନ୍ତେ ଏହି ଗବେଷଣା ସାହାଯ୍ୟ କରିବ। ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଆକାରରେ କୋଭିଡ-୧୯ର ଚିହ୍ନଟ ପରୀକ୍ଷଣ ଓ ଜେନେଟିକ୍ ଏପିଡେମିଓଲଜି ଉପରେ ଅଧ୍ୟୟନ କରାଯାଉଛି ବୋଲି ଡଃ ଦାସ କହିଛନ୍ତି।

କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ମହାମାରୀ ରୂପ ନେଇସାରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହି ସଂକମଣରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏ ଦିଗରେ ଅଧିକ ଗବେଷଣା ଏବଂ ପରୀକ୍ଷଣ ସମେତ କୋଭିଡ-୧୯ର ପ୍ରକ୍ରିୟାକୁ ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।

କୋଭିଡ୍-19 ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.