ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ 277 ଆକ୍ରାନ୍ତ, ସୁସ୍ଥ ହେଲେ 133ଜଣ

Published: Aug 15, 2020, 5:29 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମରୁ 277 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 181 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 96 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍‌ସି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 181 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ ବ୍ରିଟ୍‌ କଲୋନୀରୁ 4 ଜଣ, ଆଇଆରସି ଭିଲେଜରୁ 8 ଜଣ, ସାଲିଆ ସାହିରୁ 6ଜଣ, ନୟାପଲ୍ଲୀର ଏକ ହୋଟେଲରୁ 5ଜଣ ଚିହ୍ନଟ ହୋଇଛନ୍ତି । ୟୁନିଟ୍‌ 3 – ଟେଲିଫୋନ୍‌ ଭବନରୁ 3 ଜଣ, ସାମନ୍ତରାପୁରରୁ 8ଜଣ,  ନୟାପଲ୍ଲୀର ଏକ ହୋଟେଲ୍‌ରୁ 5 ଜଣ ଚିହ୍ନଟ ହୋଇଛନ୍ତି।

Image

ସେହିପରି ଚିହ୍ନଟ ଲୋକାଲ୍‌ କେସ୍‌ 96ଜଣଙ୍କ ମଧ୍ୟରେ ବରମୁଣ୍ଡା ଫାୟାର ଷ୍ଟେସନ ବସ୍ତିରୁ 3ଜଣ,  ଆଇଜି ପାର୍କ ନିକଟରୁ 3 ଜଣ ସରକାରୀ କର୍ମଚାରୀ, ନୟାପଲ୍ଲୀ ନୂଆସାହିରୁ 3 ଜଣ, ରସୁଲଗଡ ଶବର ସାହିରୁ 2 ଜଣ, ନୂଆଗାଁ ଉପରସାହିରୁ 2 ଜଣ, ଭିଏସଏସନଗର ତାରିଣୀ ବସ୍ତିରୁ 6ଜଣ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବରରୁ 133 ଜଣ ସୁସ୍ଥ ହୋଇଛନ୍ତି। ଆଜି ଚିହ୍ନଟ ନୂତନ 277 ଆକ୍ରାନ୍ତଙ୍କ ପରେ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 5 ହଜାର 119ରେ ପହଞ୍ଚିଛି । ସେହିପରି 3251 ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 23 ଜଣ । ସେହିପରି 1839ଜଣ ଏବେ ସୁଦ୍ଧା ଚିକିତ୍ସାଧୀନ ରହିଛନ୍ତି ।

Image

Related posts