ଦେଶରେ କରୋନା ମୃତ୍ୟୁ ସଂଖ୍ୟା 49 ହଜାର 980କୁ ବୃଦ୍ଧି

Published: Aug 16, 2020, 10:07 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 63 ହଜାର 489 ଆକ୍ରାନ୍ତ ହୋଇଥିବାବେଳେ 944ଜଣଙ୍କର ମୃତ ହୋଇଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 49ହଜାର 980କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 25 ଲକ୍ଷ 89 ହଜାର 682କୁ ବୃଦ୍ଧି। 6 ଲକ୍ଷ 77 ହଜାର 444ଟି ଆକ୍ଟିଭ କେସ୍‌ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ଲକ୍ଷ 62ହଜାର 258ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 19ହଜାର 749ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ5 ହଜାର 641, ଦିଲ୍ଲୀରେ 4 ହଜାର 188, କର୍ଣ୍ଣାଟକରେ 3 ହଜାର 831ଜଣଙ୍କର ମୃତ୍ୟୁ ହୋଇଛି ।

Related posts