ଦେଶରେ କରୋନା ମୃତ୍ୟୁ ସଂଖ୍ୟା 50 ହଜାର ଟପିଲା

Published: Aug 17, 2020, 11:01 am IST

ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ 57 ହଜାର 982ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 26 ଲକ୍ଷ 47 ହଜାର 664ରେ ପହଞ୍ଚିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 941 ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 50 ହଜାର 921ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ସୁସ୍ଥ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 19ଲକ୍ଷ 19ହଜାର 842ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 76ହଜାର 900ରହିଛି ।

ମହାରାଷ୍ଟ୍ରରେ ସର୍ବାଧିକ 20 ହଜାର 37 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ ମୃତ୍ୟୁ ସଂଖ୍ୟା 5 ହଜାର 766 ହୋଇଥିବାବେଳେ ଦିଲ୍ଲୀରେ 4ହଜାର 196, କର୍ଣ୍ଣାଟକରେ 3ହଜାର 946 ମୃତ୍ୟୁ ହୋଇଛି ।

Related posts