ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ 220, ସୁସ୍ଥ ହେଲେ 123

Published: Aug 18, 2020, 5:34 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 220 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍‌ରୁ 134ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ରୁ 84 ଜଣ ଚିହ୍ନଟ ହୋଇଛନ୍ତି  ବୋଲି ବିଏମ୍‌ସି ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ 136ଜଣ ଚିହ୍ନଟଙ୍କ ମଧ୍ୟରୁ ନୟାପଲ୍ଲୀ ଗୋବିନ୍ଦ ନଗର ବସ୍ତିରୁ 15 ଜଣ, ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନ୍‌ରୁ 8ଜଣ, ରିଜର୍ଭ ପୋଲିସ୍‌ କଲୋନୀରୁ 7ଜଣ, ଲକ୍ଷ୍ମୀସାଗରରୁ 5ଜଣ, ବରମୁଣ୍ଡା ଜଗନ୍ନାଥ ବିହାରରୁ 5 ଜଣ, ଜୟଦେବ ବିହାର ଦୂରଦର୍ଶନ କଲୋନୀରୁ 5ଜଣ, ଝାରପଡା ଜଗନ୍ନାଥ ବିହାରରୁ 3 ଜଣ, 4ଜଣ ପୋଲିସ୍‌ ଷ୍ଟାଫ୍‌, 3 ଜଣ ଟ୍ରାଫିକ୍‌ ଷ୍ଟାଫ୍‌ ରହିଛନ୍ତି ।

Image

ସେହିପରି 84 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ବରଗଡ ବ୍ରିଟ୍‌ କଲୋନୀରୁ 6ଜଣ, ଶହୀଦନଗରରୁ 2 ଜଣ,ବାଣୀବିହାରରୁ 3 ଜଣ, ଗଜପତି ନଗରରୁ 4 ଜଣ, ଆଚାର୍ଯ୍ୟବିହାର, ସୁବାସ ନଗର ବସ୍ତି, ସତ୍ୟସାଇ ଏନକ୍ଲେଭ୍‌, ଶ୍ରୀଖରଚଣ୍ଡୀ ନଗର, ପଟିଆ ଫେଜ୍‌-1, ବରମୁଣ୍ଡା ଗାୟତ୍ରୀ ବିହାରରୁଜଣେ ଲେଖାଏଁ ରହିଛନ୍ତି ।

Image

ଆଜି 123ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 5 ହଜାର 707ରେ ପହଞ୍ଚିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 3 ହଜାର 690ରେ ପହଞ୍ଚିଛି । 28ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1ହଜାର 983 ରହିଛି ।

Image

 

Related posts