Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ଦିନକୁ ପାଖାପାଖି ୯ ଲକ୍ଷ ରେକର୍ଡ ପରୀକ୍ଷଣ, ଗୋଟିଏ ଦିନରେ ସର୍ବାଧିକ ୫୭,୯୩୭ ସୁସ୍ଥ
ଆଜିର ଖବର

ଭାରତରେ ଦିନକୁ ପାଖାପାଖି ୯ ଲକ୍ଷ ରେକର୍ଡ ପରୀକ୍ଷଣ, ଗୋଟିଏ ଦିନରେ ସର୍ବାଧିକ ୫୭,୯୩୭ ସୁସ୍ଥ

August 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତ ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି। ପାଖାପାଖି ୯ ଲକ୍ଷ (୮,୯୯,୮୬୪) ନମୁନା ଗୋଟିଏ ଦିନରେ ପରୀକ୍ଷା କରାଯାଇଛି ଯାହାକି ଏପର‌୍ୟ୍ୟନ୍ତ ସର୍ବକାଳିନ ଦିନିକିଆ ରେକର୍ଡ। ଏପର‌୍ୟ୍ୟନ୍ତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୦୯,୪୧,୨୬୪ରେ ପହଞ୍ଚିଛି ।
ଏତେ ସଂଖ୍ୟକ ପରୀକ୍ଷା ସତ୍ଵେ ପଜିଟିଭ ହାର ୮.୮୧ ପ୍ରତିଶତରେ ରହିଛି। ଗତ ସପ୍ତାହରେ ଜାତୀୟ ପଜିଟିଭ ହାର ୮.୮୪ ରହିଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ରେକର୍ଡ ସଂଖ୍ୟକ ୫୭,୯୩୭ ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ ଏହି ସଂଖ୍ୟା ଆକ୍ରାନ୍ତଙ୍କ ଠାରୁ ୫୫,୦୭୯ ଅଧିକ । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ବାହାରୁଥିବା ଯୋଗୁଁ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ (୧୯,୭୭,୭୭୯)ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଆଜି ୧୩ ଲକ୍ଷ (୧୩,୦୪,୬୧୩) ରୁ ଅଧିକ ହୋଇଛି।

ଦୈନିକ ହାରାହାରି ସୁସ୍ଥତା ହାର କ୍ରମାଗତ ଭାବେ ବଢୁଥିବାରୁ ଭାରତର ସୁସ୍ଥତା ହାର ଶତକଡା ୭୩.୧୮ ହୋଇଥିବା ବେଳେ ମୃତ୍ୟୁହାର ମଧ୍ୟ ୧.୯୨ ପ୍ରତିଶତକୁ ହ୍ରାସ ପାଇଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ଦକ୍ଷ ପରିଚାଳନା ଯୋଗୁଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ମଧ୍ୟ ଜାତୀୟ ହାରାହାରି ଠାରୁ ନିମ୍ନରେ ରହିଛି ।

ବ୍ୟାପକ ପରୀକ୍ଷା, ସଅଳ ଚିହ୍ନଟିକରଣ ଓ ପଜିଟିଭ ମାମଲାଗୁଡିକର ଏକାନ୍ତବାସ ଯୋଗୁଁ ଏହି ମୃତ୍ୟୁହାର ହ୍ରାସ ପାଇଛି । ଦେଶରେ ବର୍ତ୍ତମାନ ୬,୭୩,୧୬୬ ଜଣ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୨୪.୯୧ ପ୍ରତିଶତ । ଏହା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ରୋଗ ନିରୂପଣ ପାଇଁ ଦେଶରେ ପରୀକ୍ଷାଗାର ନେଟୱାର୍କ ମଧ୍ୟ ବ୍ୟାପକ କରାଯାଇଛି । ୯୭୧ଟି ସରକାରୀ, ୫୦୫ଟି ଘରୋଇ ଏହିପରି ମୋଟ ୧୪୭୬ ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025

ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍ ଓମାନ’ ସମ୍ମାନ

December 19, 2025
Latest News

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025

ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍ ଓମାନ’ ସମ୍ମାନ

December 19, 2025

ଆଜି ଡିସେମ୍ବର ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଧନ ବର୍ଷା, ଜାଣନ୍ତୁ ଶୁକ୍ରବାରର ରାଶିଫଳ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.