
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିରକରଙ୍କୁ ବାଲୁକା କଳାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଶିଳ୍ପୀ ମାନସ ସାହୁ। ମାନସ ପୁରୀ ବେଳାଭୂମିରେ ପ୍ରା ୧୦ଫୁଟ ଓସାରର ଏକ ବାଲୁକା କଳା କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏଥିରେ ମନୋହରଙ୍କ ପ୍ରତିକୃତି ନିର୍ମାଣ କରିବା ସହ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ବୋଲି ଲେଖିଛନ୍ତି। ଏହି ବାଲୁକାକଳା କରିବା ପାଇଁ ମାନସଙ୍କୁ ପ୍ରାୟ 8 ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ ୧୦ ଟନର ବାଲି ବ୍ୟବହାର କରିଛନ୍ତି। ବର୍ତ୍ତମାନ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏଥିରେ ଶ୍ରଦ୍ଧାଞ୍ଜଳୀ ଦେଉଥିବାର ଦେଖାଯାଇଛି। ମାନସ ପୂର୍ବରୁ ବିଭିନ୍ନ ବାଲୁକାକଳା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ବିଭିନ୍ନ ବାଲୁକା ରଂଗ ବ୍ୟବହାର କରିଥିବା ଏହି କଳା ମଧ୍ୟ ବେଶ୍ ଆକର୍ଷଣୀୟ ହୋଇପାରିଛି।