ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏଥିପାଇଁ 7ଟି ମେଡ଼ିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ ମଲ୍ଟି ଡିସିପ୍ଲସନାରୀ ଟେକ୍ନିକାଲ କମିଟି ଗଠନ କରାଯାଇଛି । ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ଦ୍ବାରା ଏହି କମିଟି ଗଠନ କରାଯାଇଛି ।
ଟେକ୍ନିକାଲ କମିଟିରେ ଥିବା ପ୍ରଫେସାରମାନଙ୍କୁ 30 ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଏହି ସମସ୍ତ ପ୍ରଫେସରମାନେ ସମସ୍ତ ଜିଲ୍ଲା ପରିଦର୍ଶଡ଼ ସହ କୋଭିଡ୍ ସ୍ଥିତିର ତଦାରଖ କରାଯିବ । ସେହିପରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ଏହି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଲାଗି ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ନୀତି ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Tags: corona, technical committe