ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଖୋର୍ଦ୍ଧା ଜିଲ୍ଲାର ବାଣପୁର ବର୍ତ୍ତମାନ କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବାବେଳେ ଲକ ଡ଼ାଉନ ଅବ୍ୟାହତ ରହିଛି । ଏହାକୁ ଭ୍ରୂକ୍ଷେପ ନକରି ସକ୍ରିୟ ହୋଇ ଉଠିଛନ୍ତି କେତେକ ଚୋରା ଶାଗୁଆନ କାଠ ବେପାରୀ । ନିକଟରେ ଦୁଇ ଚୋରା ଶାଗୁଆନ କାଠ ବେପାରୀ ଗିରଫ ହୋଇଥିବାବେଳେ ଗତକାଲି ସକାଳେ ପୁଣି ଦୁଇ ଜଣ ଶାଗୁଆନ କାଠ ଚୋରକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ବାଲୁଗାଁ ବନବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ଦୁଇ ଦୁର୍ବୁତ୍ତ ବାଣପୁର ଦାମିଆ ବରବରା ଧୂଆଁନଳି ସେକ୍ସନ ଅନ୍ତର୍ଗତ ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ବହୁମୂଲ୍ୟ ଶାଗୁଆନ ଗଛ ଚୋରି କରି ସେଗୁଡିକର କାଠଗୁଡିକ କାଟି ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବାବେଳେ ବରକୋଳି ଗ୍ରାମ ପାଖରେ ବାଲୁଗାଁ ବନପାଳ ଉତ୍ତମ ଗଡ଼ନାୟକ ଏବଂ ଟିମ ଦ୍ୱାରା ଧରା ପଡ଼ି ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବାଣପୁରର ବିଜୟ ବିଶ୍ୱାଳ(୫୦) ଏବଂ ନୀଳାଦ୍ରିପ୍ରସାଦ ର ଅଭି ଶବର(୫୫) । ଉଭୟଙ୍କୁ ବାଲୁଗାଁ ବନବିଭାଗ ଓଡ଼ିଶା ଜଙ୍ଗଲ ଅଧିନିୟମ ଏବଂ ଓ.ଟି.ଟି ନିୟମ ଅନୁଯାୟୀ କେସ ନମ୍ବର ୧୫(ବି)/୨୦-୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। (ଏଜେନ୍ସି)