
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର ରାଜ୍ୟର ୩ୟ ର୍ୟାଙ୍କ ସହ ରେକର୍ଡ଼ ସଫଳତା ହାସଲ କରିଛି। ଆଜି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ମହାବିଦ୍ୟାଳୟର ୧୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୫ ପ୍ରଥମ ଶ୍ରେଣୀରେ, ୬ ଜଣ ଦ୍ୱିତୀୟ ଶ୍ରେଣୀରେ, ଏବଂ ୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ରାହୁଲ ପ୍ରସନ୍ନ ସାହୁ ୫୬୧ (୯୩.୫%), ଏସ୍. ସାଇକ୍ରିଷ୍ଣା ପାତ୍ର ୫୫୪, ତୃତୀୟ ସ୍ଥାନରେ ବି. ସ୍ନେହା ରାଣୀ ପାତ୍ର ୫୫୦, ଚତୁର୍ଥ ସ୍ଥାନରେ ଏ. ସନ୍ଧ୍ୟାରାଣୀ ୫୪୮ ନମ୍ବର ରଖିଛନ୍ତି। ସ୍କୁଲର ପ୍ରଥମ ସ୍ଥାନ ହାସଲ କରିଥିବା ରାହୁଲ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ଅନୁଷ୍ଠାନ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି। ଛାତ୍ରଛାତ୍ରୀଙ୍କ ରାଜ୍ୟସ୍ତରୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରିକୃଷ୍ଣ ନାୟକ, ସଂପାଦକ ନାରାୟଣ ପଣ୍ଡା, ଯୁଗ୍ମ ସଂପାଦିକା ଇଂ. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହ. ସଦସ୍ୟା ବାସନ୍ତୀ ବେହେରା, ଉପଦେଷ୍ଟା ଧର୍ମରାଜୁ ସାହୁ, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବି. ଗଜପତି ରାଓ, ବିଦ୍ୟାଳୟ ଅଧ୍ୟକ୍ଷ ଏସ୍. ମୋହନ ରାଓ, ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।