
ଇନ୍ଦୋର୍ : ଲଗାତାର ଚତୁର୍ଥ ଥର ପାଇଁ ଇନ୍ଦୋର ସହର ଦେଶର ସବୁଠୁ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି । କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟ ସ୍ବଚ୍ଛତା ସର୍ଭେ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ ମଧ୍ୟପ୍ରଦେଶର ଇନ୍ଦୋରସହର ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ସ୍ବଚ୍ଛ ସହରର ଦ୍ବିତୀୟ ସ୍ଥାନରେ ରହିଛି ଗୁଜୁରାଟର ସୁରତ୍ ଓ ତୃତୀୟ ସ୍ଥାନରେ ରହିଛି ନଭୀ ମୁମ୍ବାଇ । କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେବାସହ ଇନ୍ଦୋର ଜନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇନ୍ଦୋର ସହ ସ୍ବଚ୍ଛତାରେ ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ମଧ୍ୟପ୍ରଦେଶରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସହରର ଲୋକ, ରାଜନୈତିକ ନେତୃତ୍ବ ଓ ନଗର ନିଗମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଶାକୁ ମଧ୍ୟ 2ଟି ଜାତୀୟ ପୁରସ୍କାର ମିଳିଛି । କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଓ ଫାଷ୍ଟେଣ୍ଟ ମୁଭିଂ ଷ୍ଟେଟ୍ ତାଲିକାରେ ମଧ୍ୟ ଓଡ଼ିଶାକୁ ପୁରସ୍କାର ମିଳିଛି ।ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଓଡିଶା ଦଶମ ସ୍ଥାନରେ ରହିଛି । ସେହିପରି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନକୁ ବେଷ୍ଟ ମିଡିଅମ୍ ସିଟି ଇନ୍ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍ ପୁରସ୍କାର ମିଳିଛି । ବ୍ରହ୍ମପୁର ସହର ରାଜ୍ୟରେ ଏକ ନମ୍ବର ସ୍ଥାନ ଏବଂ ଦେଶରେ 63ନମ୍ବର ସ୍ଥାନ ହାସଲ କରିଛି ।