
ଗୌହାଟି: ଆସାମ ସରକାର ଛାତ୍ରୀମାନଙ୍କୁ ମାଗଣାରେ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି । ଆସାମର ପ୍ରାୟ ବାଇଶି ହଜାର ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ମିଳିବ । ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଯେଉଁ ଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହି ସମସ୍ତ ଛାତ୍ରୀମାନଙ୍କୁ ଏହି ସ୍କୁଟି ଦିଆଯିବ । ସେହିପରି ରାଜ୍ୟର 4000 ସ୍କୁଲ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ନିମୟିତ କରିଛନ୍ତି । ଆଉ 14 ହଜାର ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ୍ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ନିର୍ବାଚନକୁ ଆଖି ଆଗରେ ରାଜ୍ୟ ସରକାର ଏପରି ସବୁ ପଦକ୍ଷେପ ନେଉଥିବାର ଅନୁମାନ କରାଯାଉଛି ।(ଏଜେନ୍ସି)
Tags: