ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କଲେ ଯୁବକ

Published: Aug 21, 2020, 1:04 pm IST

କୋଲକତା : ମାନସିକ ଚାପ ଯୋଗୁଁ ମଣିଷ ନିଜ ଜୀବନ ନେବାକୁ ପଛାଉନାହିଁ । ଏହିପରି ଏକ ଅଭାବନୀୟ କାଣ୍ଡ ପଶ୍ଚିମବଙ୍ଗ ହାଓ୍ବାଡାରେ ଘଟିଥିବାର ସୂଚନା ରହିଛି। ଏଠାରେ ଜଣେ ଲାଇସେନ୍ସ ବନ୍ଧୁକଧାରୀ ନିଜ ବନ୍ଧୁକ ରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ମୃତ ସୁଟରଙ୍କ ନାମ ଅମିତ୍‌ଧର ବୋଲି ସୂଚନା ରହିଛି । ସେ ଗତ ତିନି ବର୍ଷ ହେବ ଶାରିରୀକ ଅସୁସ୍ଥତାରେ ପୀଡ଼ିତ ରହିଥିଲେ । ତିନି ବର୍ଷ ଧରି ଶାରିରୀକ ଅସୁସ୍ଥତା କାରଣରୁ ସୁଟର୍‌ ଜଣକ ଡିପ୍ରେସନ୍‌ରେ ରହିଥିଲେ । ମାନସିକ ଚାପ କାରଣରୁ ସୁଟର ଜଣକ ନିଜ ଶୁଟିଂ ଅଭ୍ୟାସ କରୁଥିବା ଲାଇସେନ୍ସ ବନ୍ଧୁକ ଜରିଆରେ ନିଜ ଜୀବନ ନେଇଛନ୍ତି । ତେବେ ଘଟଣା ସ୍ଥଲରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ  ମାମଲା ଯାଞ୍ଚ ଆରମ୍ଭ କରିଛି ।

Related posts