ବିହାର : ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଅନଲାଇନରେ ଦାଖଲ କରାଯିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ସିକ୍ୟୁରିଟି ମନି ଜମା କରିପାରିବେ ବୋଲି ବିହାର ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସୂଚନା ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ଦାଖଲ କରିବାକୁ ପଡିବ। ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବାଧିକ ପାଞ୍ଚ ଜଣ ଲୋକ ଦ୍ୱାରରୁ ଦ୍ୱାର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହ ରହିପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ସମୟରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ପ୍ରକ୍ରିୟା ସମୟରେ ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ୍ ସ୍କାନର୍, ଗ୍ଲୋଭସ୍, ପିପିଏ କିଟ୍ ବ୍ୟବହାର କରାଯିବ ଏବଂ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯିବ।ସେହିପରି ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ଭୋଟରମାନଙ୍କୁ ଗ୍ଲୋଭସ୍ ଯୋଗାଇ ଦିଆଯିବ। ଇଭିଏମ୍ ମେସିନରେ ଭୋଟ୍ ଦେବା ପୂର୍ବରୁ ଭୋଟରଙ୍କୁ ଗ୍ଲୋଭସ୍ ଦିଆଯିବ। ଏହା ବ୍ୟତୀତ, ଭୋଟର ଚିହ୍ନଟ ପ୍ରକ୍ରିୟା ସମୟରେ ଆବଶ୍ୟକସ୍ଥଳେ ପରିଚୟ ପାଇଁ ଫେସ୍ ମାସ୍କକୁ ମଧ୍ୟ ହଟାଇପାରିବେ ବୋଲି ସୂଚନା ରହିଛି । ପୋଷ୍ଟାଲ ବାଲାଟକୁ ଅଧିକ ପ୍ରସାର କରାଯିବ ବୋଲି ସୂଚନା ରହିଛି। (ଏଜେନ୍ସି) biharassemblyelection
ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀOctober 11, 2025
ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତOctober 11, 2025