ବଗଲା ଧର୍ମଶାଳା ନେଇ ଭୁବନେଶ୍ବରରେ ଗର୍ଜିଲେ ସମ୍ବିତ ପାତ୍ର, ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ

Published: Aug 22, 2020, 10:34 am IST

ଭୁବନେଶ୍ବର, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଭୁବନେଶ୍ବରରେ ପହଁଛି ବଗଲା ଧର୍ମଶାଳା ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସମ୍ବିତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବଗଲା ଧର୍ମଶାଳା ବିକ୍ରୀ ବେଆଇନି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବୀ କରିଛନ୍ତି। ସମ୍ବିତ ଭୁବନେଶ୍ବର ପହଁଚିବା ପରେ ପୁରୀ ଯାଇଛନ୍ତି। ସେଠାରେ ସେ ପରିସ୍ଥିତି ଅନୁଧ୍ୟାନ କରିବେ। ଏ ନେଇ ଆଜି ଅପରାହ୍ନରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।

Related posts