ଆଜି ଏକା ସଙ୍ଗରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Aug 23, 2020, 9:22 pm IST

ଭୁବନେଶ୍ୱର, କୋଭିଡ୍‌-୧୯ ନିୟମାବଳୀ ଏବଂ କଟକଣାର ପାଳନ ମଧ୍ୟରେ ଆଜି ରାଜ୍ୟର ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନ୍‌ରେ ଛତୁଆ ଏକ ପ୍ରମୁଖ ଉ ପାଦାନ। ବୟସ ଅନୁପାତରେ ଶିଶୁ ଓ ମହିଳା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ୧ ତାରିଖରେ ଟେକ୍‌ ହୋମ୍‌ ରାସନ ଭାବେ ଛତୁଆ, ଚିକି, ବାଦାମ ଲଡୁ, ଅଣ୍ଡା ଆଦି ଯୋଗାଇ ଦିଆଯାଉଛି ।

ଛତୁଆ ମିଶ୍ରଣର ଗୁଣାତ୍ମକ ଅଭିବୃଦ୍ଧି ଏବଂ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗ ପକ୍ଷରୁ ୨୦୧୯ ମସିହା ଅଗଷ୍ଟ ମାସରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ମାସ ୨୩ ତାରିଖରେ ଛତୁଆ ମିଶ୍ରଣ ଏବଂ ମାସର ୧ ତାରିଖରେ ଛତୁଆ ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏଥି ପାଇଁ ‘ମୋ ଛତୁଆ’ ଆପ୍‌ ଓ ଓ୍ୱବ୍‌ସାଇଟ୍‌ ଦ୍ୱାରା ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯାଇଥିଲା।ସେଥିପାଇଁ ଆଜି ଗୋଟିଏ ଦିନରେ ସବୁ ସ୍ଥାନରେ ଏହି ଛତୁଆ ମିଶ୍ରଣ କରାଯାଥିଲା।SN

Related posts