ଦେଶରେ ଆରୋଗ୍ୟ ହାର ୭୫ ପ୍ରତିଶତରେ ପହଞ୍ଚିଲା, ମୃତ୍ୟୁହାର ସର୍ବନିମ୍ନରେ

Published: Aug 23, 2020, 11:00 pm IST

ନୂଆଦିଲ୍ଲୀ, ଅଧିକରୁ ଅଧିକ କରୋନା ସଂକ୍ରମିତ ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ଲାଭ କରୁଥିବାରୁ ଦେଶରେ ସୁସ୍ଥତା ହାର ପାଖାପାଖି ୭୫ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୯ ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ଆଜି ୨୨,୮୦,୫୬୬ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ (୭,୦୭,୬୬୮) ପାଖାପାଖି ୧୬ ଲକ୍ଷ (୧୫,୭୨,୮୯୮) ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଜୁଲାଇ ପହିଲାରୁ ୭ ତାରିଖ ମଧ୍ୟରେ ଏହା ୧୫,୦୧୮ ଥିବାବେଳେ ଅଗଷ୍ଟ ୧୩ରୁ ୧୯ ତାରିଖ ମଧ୍ୟରେ ଏହା ୬୦,୫୫୭କୁ ବୃଦ୍ଧି ପାଇଛି । ନୀରବଚ୍ଛିନ୍ନ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂଖ୍ୟାର ମାତ୍ର ୨୩.୨୪ ପ୍ରତିଶତ ବୋଲି ଜଣାପଡିଛି ।

ଏଥିସହିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ବର୍ତ୍ତମାନ ୧.୮୬ ପ୍ରତିଶତରେ ପହଞ୍ଚିଛି। ଏହାକୁ ବିଶ୍ଵର ସର୍ବନିମ୍ନ ବୋଲି ବିବେଚନା କରାଯାଉଛି । ବ୍ୟାପକ ପରୀକ୍ଷଣ, ଚିହ୍ନଟ ଓ ଦକ୍ଷ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଅଧିକ ଆରୋଗ୍ୟ ଓ କମ ମୃତ୍ୟୁହାର ଯୋଗୁଁ ଦେଶର ସୁଚିନ୍ତିତ କୋଭିଡ ପରିଚାଳନା ରଣନୀତି ସମ୍ଭବ ହୋଇପାରିଛି ।

Related posts