
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଦଶ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମ ଜିଲାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୨ ଜଣ, କଟକ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ ହୋଇଛନ୍ତି।
ଗଞ୍ଜାମ ରୁ ୪ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୩, ୬୦, ୬୦ ଏବଂ ୬୮ ବର୍ଷ ବୋଲି ଜଣାପଡିଛି। ସୁନ୍ଦରଗଡର ଦୁଇ ଜଣ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୬୫ ଏବଂ ୬୭। ସେହିପରି ରାୟଗଡାରୁ ଜଣେ ୫୫ ବର୍ଷୀୟ ପୁରୁଷ, ନଯାଗଡର ଜଣେ ୬୫ ବର୍ଷୀୟ ପୁରୁଷ ଏବଂ କଟକରୁ ଜଣେ ୬୫ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୯ କୁ ବୃଦ୍ଧି ହୋଇଛି।