ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ରାମବିଲାସ ପାସଓ୍ବାନ୍‌

Published: Aug 24, 2020, 2:45 pm IST

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସଓ୍ବାନ୍‌ ଦିଲ୍ଲୀ ଫର୍ଟିସ୍‌ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କର ଫୁସ୍‌ଫୁସ୍‌ ଏବଂ କୀଡ୍‌ନି ଜନିତ ସମସ୍ୟା  ଦେଖାଦେବାରୁ ପାସଓ୍ବାନଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ  ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ହୋଇଛି । ସୂଚନାଥାଉ, ତାଙ୍କର ଆରମ୍ଭରୁ ହାର୍ଟ ସମସ୍ୟା ଥିଲା । 2017ରେ ହାର୍ଟ ଟ୍ରିଟମେଣ୍ଟ ପାଇଁ ଲଣ୍ଡନ ଯାଇଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ରାମ ବିଲାସ ପାସଓ୍ବାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି । ତାଙ୍କର ହାର୍ଟ ଠିକ୍‌ ଭାବେ କାମ କରୁନଥିବାବେଳେ ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Related posts