Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ଚକୋଲେଟ୍‌ ଗଣପତି : ଜାଣନ୍ତୁ କିପରି ହୋଇଛି ଏହାର ନିର୍ମାଣ
ଆଜିର ଖବର

ଚର୍ଚ୍ଚାରେ ଚକୋଲେଟ୍‌ ଗଣପତି : ଜାଣନ୍ତୁ କିପରି ହୋଇଛି ଏହାର ନିର୍ମାଣ

August 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲୁଧିଆନା : ଗତ 22 ତାରିଖରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ସାରା ଭାରତ ବର୍ଷରେ ଅଗ୍ରପୂଜ୍ୟଙ୍କର ପୂଜା ସମ୍ପନ୍ନ ହୋଇଛି । ଲୋକେ ଘରେ ଘରେ ଗଣପତିଙ୍କୁ ଆବାହନ କରିଛନ୍ତି । ଚଳିତ ଗଣେଶ ପୂଜା ଅବସରରେ ବିଭିନ୍ନ ପ୍ରକାରର ଗଣେଶ ପ୍ରତିମାମାନ ଦେଖିବାକୁ ମିଳିଥିଲା । କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର କରୋନା ଥିମ୍‌ରେ ଗଣେଶ ମୂର୍ତ୍ତିମାନ ଶୋଭା ପାଇଥିଲା । ଭିନ୍ନ ଭିନ୍ନ ଗଣେଶ ପ୍ରତିମା ମଧ୍ୟରେ ଚାଳିଶ କିଲୋର ଚକୋଲେଟ୍‌ ଗଣପତି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲୁଧିଆନା ସ୍ଥିତ ଶିଖ ରେସ୍ତୋରାଁ ମାଲିକ ହଜିନ୍ଦର ସିଂହ କୁକ୍ରେଜା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଗଣେଶ ମୂର୍ତ୍ତି ସେୟାର କରିଛନ୍ତି ।

ଏହି ଗଣପତିଙ୍କ ପ୍ରତିମା ନିର୍ମାଣ ପାଇଁ 10 ଜଣ ରୋଷେୟା ପ୍ରାୟ 10 ଦିନ ପରିଶ୍ରମ କରି ଏହି ପ୍ରତିମା ନିର୍ମାଣ କରିଛନ୍ତି । ଗଣପତି ମୂର୍ତ୍ତି ନିର୍ମାଣରେ 40 କିଲୋ ଚକଲେଟ ଆବଶ୍ୟକ ହୋଇଥିଲା । ହଜିନ୍ଦର ସିଂହ କୁକ୍ରେଜା ଏହି ଚକଲେଟ ଗଣପତିଙ୍କ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ସେ ଏହି ଚକଲେଟ ଗଣେଶ ଜରିଆରେ ପରିବେଶ ଅନୁକୂଳ ଉପାୟରେ ଗଣେଶ ଚତୁର୍ଥୀ ପାଳନ କରିବାକୁ ଲୋକଙ୍କୁ ପ୍ରେରିତ କରିଛନ୍ତି ।’ ଏହି ପରିବେଶ ଅନୁକୁଳ ଚକୋଲେଟ୍‌ ଗଣେଶ ମୂର୍ତ୍ତି ପାଇଁ ସୋସିଆଲ ମିଡିଆ ୟୁଜର ହଜିନ୍ଦରଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ସେହିପରି ଏହି ଚକୋଲେଟ୍‌ ଗଣପତିକୁ କ୍ଷୀରରେ ବିସର୍ଜନ କରାଯିବ । ଏବଂ ଏହି ଚକୋଲେଟ୍‌ ବାଲା କ୍ଷୀରକୁ ଶିଶୁଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ହଜିନ୍ଦର ।  (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 29, 2026

‘ଆର୍ଥ ଆୱାର’ ର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026
Latest News

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 29, 2026

‘ଆର୍ଥ ଆୱାର’ ର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.