Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ
ଆଜିର ଖବର

ହାତ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

March 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
congress leader sadhu nepak resign from party
congress leader sadhu nepak resign from party

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି । ପୂର୍ବରୁ ଚାରୋଟି ପର୍ଯ୍ୟାୟରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଗତକାଲି ରାତିରେ ଓଡ଼ିଶା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ପୂର୍ବତନ ବିଧାୟକ ସାଧୁ ନେପାକଙ୍କ ନାଁ ନଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ବରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ବିଧାନସଭା ଆସନ ପାଇଁ ନିପନ ଦାଶଙ୍କ ନାମ ଘୋଷଣା କରିଛି। ନେପାକ ବରଗଡ଼ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। ତାଙ୍କୁ ଟିକେଟ ଦେବା ପାଇଁ ପୂର୍ବରୁ କୁହାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍‌ କାଟିଦିଆଯାଇଥିବାରୁ ସେ ବହୁତ ଅସନ୍ତୋଷ ରହିଛନ୍ତି । ତେବେ ସେ ଆଗାମୀ ସମୟରେ କେଉଁ ଦଳରେ ଯୋଗଦେବେ, ସେ ନେଇ କିଛି ଜଣାଇନାହାନ୍ତି । ତେବେ ଓଡ଼ିଶାର କଂଗ୍ରେସ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପରେ ଏନେଇ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବରୁ ଦଳର ସାଙ୍ଗଠନିକ ସ୍ଥିତି ଦୁର୍ବଳ ଥିବାବେଳେ ନିକଟରେ ପ୍ରାର୍ଥୀ ପତ୍ର ଚୟନକୁ ନେଇ କଂଗ୍ରେସର ଅନ୍ତଃକନ୍ଦଳ ଲାଗି ରହିବା ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୧୦ ତାରିଖ ସୋମବାରରେ ଆଠଟି ରାଶି ପ୍ରତି ମହାଦେବଙ୍କର ରହିଛି ଆଶୀର୍ବାଦ

November 10, 2025

ନୂତନ ଅପରାଧିକ ଆଇନ ସାରା ଦେଶରେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେଉଛି: କେନ୍ଦ୍ର ଗୃହ ସଚିବ

November 9, 2025

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025

ଡିମିରିକୁଦା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ମା’ ପୁଅ ମୃତ

November 9, 2025
Latest News

ଆଜି ନଭେମ୍ବର ୧୦ ତାରିଖ ସୋମବାରରେ ଆଠଟି ରାଶି ପ୍ରତି ମହାଦେବଙ୍କର ରହିଛି ଆଶୀର୍ବାଦ

November 10, 2025

“ବେଇମାନ ଓ ଚୋରୀ” କୁ ନେଇ ନୂଆପଡାରେ ବିଜେପି ସଭାପତି ମନମୋହନ ସାମଲ କହିଲେ.. 

November 9, 2025

ନୂତନ ଅପରାଧିକ ଆଇନ ସାରା ଦେଶରେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେଉଛି: କେନ୍ଦ୍ର ଗୃହ ସଚିବ

November 9, 2025

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.