Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେନ୍‌ ଟିକେଟର ମୂଲ୍ୟ 18 ଲକ୍ଷ ଟଙ୍କା : ଜାଣନ୍ତୁ ବିଶ୍ବର ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ୍‌ ଯାତ୍ରା ସମ୍ପର୍କରେ କିଛି ଜଣା ଅଜଣା କଥା
ଆଜିର ଖବର

ଟ୍ରେନ୍‌ ଟିକେଟର ମୂଲ୍ୟ 18 ଲକ୍ଷ ଟଙ୍କା : ଜାଣନ୍ତୁ ବିଶ୍ବର ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ୍‌ ଯାତ୍ରା ସମ୍ପର୍କରେ କିଛି ଜଣା ଅଜଣା କଥା

August 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠୁ ବିଳାସ ବ୍ୟସନ ଓ ମହଙ୍ଗା ଟ୍ରେନ ଯାତ୍ରା ରୂପେ ମନାଯାଇଥାଏ । ଏହି ଟ୍ରେନ୍‌ର ଭବ୍ୟତା ଆଗରେ ପାଞ୍ଚତାରକା ହୋଟେଲର ଚମକ ମଧ୍ୟ ଫିକା ପଡିଯିବ । ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରାଜା-ମହାରାଜାଙ୍କ ପରି ସୁବିଧା ଦିଆଯାଇଥାଏ । ଏହି ଯାତ୍ରାରେ ଜଣେ ଯାତ୍ରୀ ଶାହୀ ଯାତ୍ରାର ଆନନ୍ଦ ଉଠାଇପାରିବେ । ଏହି ଟ୍ରେନ୍‌ ବହୁବାର ଓ୍ବାଲ୍ଡ ଟ୍ରାଭେଲ୍‌ ଆଓ୍ବାର୍ଡର ସମ୍ମାନ ଜିତି ସାରିଛି । ଏହି ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଏକ ଟିକେଟ୍‌ରେ ମୂଲ୍ୟ 18 ଲକ୍ଷ ପର୍ଯ୍ୟନ୍ତ ରହିଛି । ତେବେ ଟିକେଟ୍‌ରେ ମୂଲ୍ୟରେ ଉତ୍ଥାନ ପତନ ରହିଥାଏ । ଆସନ୍ତୁଜାଣିବା ଏହି ବିଳାସପୂର୍ଣ୍ଣ ଟ୍ରେନ୍‌ ଯାତ୍ରା ସମ୍ପର୍କରେ…

फाइल स्टार होटल से कम नहीं ये ट्रेन

2010 ମସିହାରେ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟ୍ରେନ୍‌ ଯାତ୍ରାର ଆନନ୍ଦ ଦେବା ପାଇଁ ମହାରାଜା ଏକ୍ସପ୍ରେସ୍‌ ଆରମ୍ଭ କରାଯାଇଥିଲା । ଏକ କିଲୋମିଟର ଲମ୍ବ ଏହି ଟ୍ରେନ୍‌ରେ ମୋଟ୍‌ 23ଟି ଡବା ରହିଛି । ଏହି 23 ଡବାରେ ମାତ୍ର 88 ଜଣ ଯାତ୍ରୀ ଯାତ୍ରା କରିପାରିବେ । ଯାତ୍ରୀଙ୍କୁ ସଂଖ୍ୟା ଏହି ଟ୍ରେନ୍‌ରେ କମ୍‌ ରଖାଯିବାର କାରଣ ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗର ଲାଭ ପାଇପାରିବା ।

23 डिब्बों में सिर्फ 88 यात्री

ମହାରାଜ ଏକ୍ସପ୍ରେସ୍‌ର ରୁଟ୍‌ – ଏହି ଶାହୀ ଟ୍ରେନ୍‌ ଯାତ୍ରୀଙ୍କୁ ଦିଲ୍ଲୀ, ଆଗ୍ରା, ବିକାନେର୍‌, ଫତେଫୁର ସିକ୍ରି, ଓର୍‌ଛା, ଖଜୁରାହୋ, ଜୟପୁର,ଯୋଧପୁର, ଉଦୟପୁର,ରନ୍ଥମ୍ବୋର, ବାରାଣାସୀ ଓ ମୁମ୍ବାଇର ଦର୍ଶନ କରାଇଥାଏ । ତେବେ ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁମ୍ବାଇର ତାଜ୍‌ ପ୍ୟାଲେସ୍‌ ହୋଟେଲ୍‌, ରାଜସ୍ଥାନର ସିଟି ପ୍ୟାଲେସନ୍‌, ରାମବାଗ୍‌ ପ୍ୟାଲେସ୍‌ ହୋଟେଲ୍‌ ସମେତ ବହୁ ପଞ୍ଚତାରକା ହୋଟେଲରେ ସୁବିଧା ଦିଆଯାଇଥାଏ ।

ताज महल पैलेस और सिटी पैलेस में ठहराव

ବର୍ତ୍ତମାନ ମହାରାଜା ଏକ୍ସପ୍ରେସ୍‌ ଚାରୋଟି ଟୁର୍‌ ପ୍ୟାକେଜ୍‌ ପ୍ରଦାନକରୁଛି । ଏଥିରେ ତିନି ପ୍ୟାକେଜ୍‌ରେ 7 ଦିନ ଓ 6 ରାତିର ସୁବିଧା ଉପଲବ୍ଧ ଥିବାବେଳେ ଗୋଟିଏ ପ୍ୟାକେଜ୍‌ରେ 4 ଦିନ 3 ରାତିର ସୁବିଧା ରହିଛି । ସମସ୍ତ ପ୍ୟାକେଜ୍‌ରେ ଅଲଗା ଅଲଗା ରେଟ୍‌ ରହିଛି ।

महाराजा एक्सप्रेस ट्रेन का टूर

ଟ୍ରେନ୍‌ ବଗିର ଭିତରଟି ପୂରାପୂରି ଏକ ରାଜକୀୟ ହୋଟେଲ୍‌ ପରି ହୋଇଥାଏ । ଏହି ଟ୍ରେନ୍‌ରେ ଅନ୍‌ବୋର୍ଡ ରେସ୍ତୋରାଁ, ଡିଲକ୍ସ କ୍ୟାବିନ୍‌, ଜୁନିୟର ସୁଇଟ୍‌ ଓ ଲଞ୍ଚ ବାର୍‌ ପରି ବହୁ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ହୋଇଥାଏ । ମହାରାଜା ଏକ୍ସପ୍ରେସ୍‌ ଯାତ୍ରା ସମୟରେ ଯାତ୍ରୀଙ୍କୁ ଭାରତ ଦର୍ଶନ କରାଇଥାଏ ।

प्रेसिडेंशियल सुइट सबसे महंगा

ମହାରାଜା ଏକ୍ସପ୍ରେସ୍‌ ଟ୍ରେନ୍‌ରେ 88 ଜଣ ଯାତ୍ରୀଙ୍କ ପାଇଁ ମୋଟ୍‌ 43 ଜଣ ଗେଷ୍ଟ କ୍ୟାବିନ୍‌ ରହିଛି । ଯେଉଁଥିରେ 20 ଡିଲକ୍ସ କ୍ୟାବିନ୍‌, 18 ଜୁନିୟରସୁଇଟ୍‌, 4 ସୁଇଟଓ 1 ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍‌ ସୁଇଟ୍‌ ରହିଛି । ପ୍ରତ୍ୟେକ କ୍ୟାବିନ୍‌ରେ ମାତ୍ର ଦୁଇଜଣଙ୍କୁ ଏହି ଯାତ୍ରାର ସୁବିଧା ଦିଆଯାଇଥାଏ । ତେବେ ପ୍ରେସିଡେଣ୍ଟିଆଲ୍‌ ସୁଇଟ୍‌ ଏକମାତ୍ର କ୍ୟାବିନ୍‌ ଯେଉଁଥିରେ 4 ଜଣ ଯାତ୍ରା କରିପାରିବେ । ସବୁଠାରୁ ମହଙ୍ଗା କ୍ୟାବିନ୍‌ ମଧ୍ୟରେ ଏହା ଅନ୍ୟତମ ।

चार प्रकार के केबिन

ଡିଲକ୍ସ କ୍ୟାବିନ୍‌ : ମହାରାଜା ଏକ୍ସପ୍ରେସ୍‌ରେ 20 ଡିଲକ୍ସ କ୍ୟାବିନ୍‌ ରହିଛି । ଏଥିରେ ଯାତ୍ରୀଙ୍କୁ ପଞ୍ଚତାରକା ହୋଟେଲ୍‌ ପରି ସୁବିଧା ସୁଯୋଗ ଦିଆଯାଇଥାଏ । ଏହି କ୍ୟାବିନ୍‌ଗୁଡିକ ଏୟାର କଣ୍ଡିସନ୍‌ର ହୋଇଥିବାବେଳେ ଏଲ୍‌ସିଡି ଟିଭି, ଇଣ୍ଟରନ୍ୟାସନାଲ୍‌ କଲିଂ ପରି ସୁବିଧା, ଇଣ୍ଟରନେଟ୍‌, ଇଲ୍‌କୋଟ୍ରୋନିକ୍‌ ଲକର୍‌, ଆଲମାରୀ ଓ ଥଣ୍ଡା ଓ ଗରମ ସହିତ ପ୍ରାଇଭେଟ୍‌ ବାଥୁରମର ସୁବିଧା ଉପଲବ୍ଧ ରହିଥାଏ । ଏହାର ଅଧିକତମ ମୂଲ୍ୟ 4 ଲକ୍ଷ 83 ହଜାର 240 ଟଙ୍କା ରହିଛି ।

महाराजा एक्सप्रेस का सुइट

ମହାରାଜା ଏକ୍ସପ୍ରେସ୍‌ରେ 18ଟି ଜୁନିଅର ସୁଇଟ୍‌ ରହିଛି । ଯେଉଁଥିରେ ଯାତ୍ରୀଙ୍କୁ ବଡ ବଡ ଝରକା ସହିତ ଡିଲକ୍ସ କ୍ୟାବିନ୍‌ ତୁଳନାରେ ଅଧିକ ଜାଗା ମିଳିଥାଏ । ଏହି କ୍ୟାବିନ୍‌ ବାହାରରୁ ଭବ୍ୟ ଓ ସୁନ୍ଦର ଦେଖାଯାଇଥାଏ । ଜୁନିଅର ସୁଇଟ୍‌ କ୍ୟାବିନ୍‌ରେ ଡବଲ୍‌ ବେଡ୍‌ର ସୁବିଧା ସହିତ ଇଣ୍ଟରନ୍ୟାସନାଲ କଲିଂ, ଏଲ୍‌ସିଡି ଟିଭି, ଏସି, ଥଣ୍ଡା ଓ ଗରମ ସହିତ ପ୍ରାଇଭେଟ୍‌ ବାଥରୁମ୍‌ ଓ ଆଲମାରୀର ସୁବିଧା ରହିଛି । ଏହି କ୍ୟାବିନ୍‌ର ଅଧିକତମ ମୂଲ୍ୟ 7 ଲକ୍ଷ 53 ହଜାର 820 ରହିଛି ।

ମହାରାଜା ଏକ୍ସପ୍ରେସ୍‌ରେ 4ଟି ସୁଇ୍ଟ୍‌ ରହିଛି । ଏହି କ୍ୟାବିନ୍‌ରେ ଅନ୍ୟ ସମସ୍ତ ସୁବିଧା ସହିତ ମିନି ବାର, ବାଥଟବ୍‌, ସ୍ମୋକ୍‌ ଆଲାର୍ମ ଓ ଡାକ୍ତରଙ୍କ ସୁବିଧା ରହିଛି । ଏହି ସୁଇଟ୍‌ର ଅଧିକତମ ମୂଲ୍ୟ 10ଲକ୍ଷ 51 ହଜାର 840 ରହିଛି ।

महाराजा एक्सप्रेस का जूनियर सूइट

ମହାରାଜା ଏକ୍ସପ୍ରେସ୍‌ରେ ଗୋଟିଏ ମାତ୍ର ପ୍ରେସିଡେଣ୍ଟିନ୍ସିଆଲ୍‌ ସୁଇଟ୍‌ ରହିଛି । ଏହି ସୁଇଟ୍‌ରକୁ ନବରତ୍ନ ନାମରେ ଜଣାଶୁଣା । ଏହି ସୁଇଟ୍‌ କୌଣସି ରାଜମହଲ୍‌ଠାରୁ କମ୍‌ ନୁହେଁ । ଏଥିରେ ଦୁଇଟି ବେଡରୁମ୍‌ ଓ ଅଲଗା ବାଥରୁମ୍‌ର ସୁବିଧା ରହିଛି । ଏଥିରେ ଓ୍ବଟଲର୍‌ଏ ବାର୍‌ ସମେତ ଅନ୍ୟାନ୍ୟ ସୁବିଧା ରହିଛି । ମହାରାଜା ଏକ୍ସପ୍ରେସ୍‌ରେ ଦୁଇଟି ରେସ୍ତୋରାଁ ରହିଛି । ଏହାର ନାମ ମୋର ମହଲ୍‌ ଓ ରଙ୍ଗମହଲ୍‌ । ଏହି ଦୁଇ ରେସ୍ତୋରାଁର ଭବ୍ୟତା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।ଏଥିରେ 24 କ୍ୟାରେଟ୍‌ ସୁନାରଆବରଣ ଥିବା ବାସନରେ ଖାଦ୍ୟ ପରସା ଯାଇଥାଏ । ଏହି ଦୁଇ ରେସ୍ତୋରାଁରେ ଇଣ୍ଡିଆନ୍‌, ଚାଇନିଜ୍‌, କଣ୍ଟିନେଣ୍ଟାଲ୍‌ ଓ ମେଓ୍ବାଡି ଖାଦ୍ୟ ମିଳିଥାଏ । ଏହା ସହିତ ଏଠଶରେ ଡ୍ରିଙ୍କ୍‌ର ମଜା ମଧ୍ୟ ମିଳିଥାଏ । ଏଠାରେ ଦୁନିଆର ସମସ୍ତ ଭଲ ବ୍ରାଣ୍ଡ ଉପଲବ୍ଧ ରହିଥାଏ । ମହାରାଜା ଏକ୍ସପ୍ରେସ୍‌ରେ ବୋର୍‌ ହେଉଥିବା ଯାତ୍ରୀଙ୍କ ପାଇଁ ଏକ ଖାସ୍‌ କ୍ୟାବିନ୍‌ ରହିଛି । ଯାହାର ନାମ ସଫାରୀ ବାର୍‌ ରଖାଯାଇଛି । ଏଠାରେ ଭିନ୍ନ ପ୍ରକାରର ଖେଳ ଖେଳି ହେବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026
Latest News

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026

ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

January 30, 2026

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.