ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଚକ୍ଷୁଦାନ ପକ୍ଷ ଆଜିଠାରୁ ଆରମ୍ଭ ହୋଇଛି। ଏମ୍କେସିଜି ଚକ୍ଷୁବିଜ୍ଞାନ ବିଭାଗ ନିକଟରେ ଚକ୍ଷୁଦାନ ପାଇଁ ଉତ୍ସାହିତ କରିବା ସକାଶେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ପକ୍ଷ ଆଜିଠାରୁ ଆରମ୍ଭ ହୋଇ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଲୋକମାନଙ୍କୁ ଚକ୍ଷୁଦାନ ପାଇଁ ନିବେଦନ କରାଯାଇଥିଲା। କରୋନା କଟକଣା ଦୃଷ୍ଟିରୁ ରାଲି ଏବଂ ସଭାସମିତି ଚଳିତବର୍ଷ କରାଯାଇନାହିଁ। ଭାରତରେ ଦୁନିଆକୁ ଦେଖି ନ ପାରିବା ବହୁ ଲୋକ ଅଛନ୍ତି। ମୃତ୍ୟୁପରେ ଚକ୍ଷୁଦାନ କରିଲେ ସେମାନଙ୍କ ଚକ୍ଷୁ ଦୁଇଜଣଙ୍କୁ ଦୁନିଆ ଦେଖାଇ ପାରିବ। ତେଣୁ ଚକ୍ଷୁଦାନ ପାଇଁ ପଂଜିକୃତ କରିବାକୁ ସଚେତନ କରାଯାଇଥିଲା। ଏହି ଅବସରରେ ପ୍ରଫେସର ସଚିତ୍ରା ଦାଶ, ପ୍ରଫେସର ପ୍ରଜ୍ଞା ପଣ୍ଡା, ଡା. ସଚଳା ଭୋଇ, ଡା. ସୁଜାତା ପାଢ଼ୀ, ଡା. ରାଜେନ୍ଦ୍ର ବେହେରା, ଡା. ସୁଶାନ୍ତ ପୂଜାରୀ, ଡା. ସବିତା ଦେବୀ ଏବଂ ପିଜି ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସଚେତନ କରିଥିଲେ।