ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ 30 ପ୍ରତିଶତ ସିଲାବସ୍ ହ୍ରାସ ହୋଇଥିବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । 3ଟି କମିଟିର ସୁପାରିସ୍ ଆଧାରରେ ସିଲାବସ୍ କମିଛି । ସିଏଚ୍ଏସ୍ଇ, ବିଏସ୍ଇ, ଏସ୍ଇଆରଟି ଓ୍ବେବସାଇଟ୍ରେ ନୂଆ ସିଲାବସ୍ ବୋର୍ଡ ମିଳିବ ବୋଲି ସୂଚନା ରହିଛି।ପ୍ରଥମର ଦ୍ବାଦଶ ଶ୍ରେଣୀ ଯାଏଁ ସିଲାବସ୍ କମାଯାଇଛି ।
ପୂର୍ବରୁ ସିବିଏସ୍ଇ ଓ ଆଇସିଏସ୍ଇର ମଧ୍ୟ ସିଲାବସ୍ କମାଯାଇଛି । କରୋନା ପାଇଁ ଶିକ୍ଷା ବ୍ୟବସ୍ଥାରେ ସଂକଟ ସୃଷ୍ଟି ହୋଇଛି । କରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଓ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ଅନଲାଇନ୍ କ୍ଲାସ୍ କରାଯାଉଛି ।
Tags: ସିଲାବସ୍, ସ୍କୁଲଓ ଗଣଶିକ୍ଷା ବିଭାଗ