ଢେଙ୍କାନାଳ : ଦିନକୁ ଦିନକୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 4 ଦିନ ପାଇଁ ସମଗ୍ର ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା 27 ଓ 28 ତାରିଖରେ ମ୍ୟୁନିସିପାଲିଟି ଅଞ୍ଚଳ ସଟଡାଉନ ରହିବ । ମ୍ୟୁନିସିପାଲିଟି ଅଞ୍ଚଳର 23ଟି ୱାର୍ଡ ସମେତ ସହର ମଧ୍ୟ ସଟଡାଉନ ରହିବ । ସେହିପରି 29 ଓ 30 ମଧ୍ୟ ସଟଡାଉନ ଥିବାରୁ ସହର 4 ଦିନ ବନ୍ଦ ରହିବ । ସଂକ୍ରମଣ ରୋକିବା ସହ କଣ୍ଟାକ୍ଟ ଟ୍ରେସିଂ ପାଇଁ ଏହି ସଟଡାଉନ ଘୋଷଣା କରାଯାଇଛି ।