
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କୋଭିଡ଼୍-୧୯ରେ ନିୟୋଜିତ ଥିବା ପଞ୍ଚାୟତ ଆମ୍ବୁଲନସ ଦୁର୍ଘଟଣା ଗସ୍ତ ହୋଇଛି। କାହାର କିଛି କ୍ଷତି ହୋଇନଥିବାବେଳେ ଆମ୍ବୁଲାନସଟିର ଆଗପଟଟି ଭାଙ୍ଗି ଯାଇଛି। ସୂଚନାଥାଉକି ଏହି ରାସ୍ତାଟିରେ ପ୍ରାୟଦିନ ଦୁର୍ଘଟଣାମାନ ଘଟୁôଥିବାବେଳେ ପଞ୍ଚାୟତ ଆମ୍ବୁଲାନସ (ଓଆର୍ ୦୨ ଏଏ ୧୧୨୨)ଟି କ୍ଷୀପ୍ରଗତିରେ ଆସି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ଼ିଭାଇଡ଼ରକୁ ପିଟି ହୋଇଥିଲା। ଖବରପାଇ ପିସିଆର୍ ଭ୍ୟାନ ପହଞ୍ଚି ଉଦ୍ଧାର କରିଥିବାବେଳେ ଖବର ଲେଖା ହେବା ସୁଦ୍ଧା କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। କିଛିଦିନ ତଳେ ଏକ ସାରବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଦୋକାନ ଉପରକୁ ମାଡ଼ି ଯାଇଥିଲା। ସୂଚନାଯୋଗ୍ୟ ଦୁର୍ଘଟଣାଗସ୍ତ ଆମ୍ବୁଲାନସ କରୋନା ରୋଗୀ ନେବା ଆଣିବାରେ ନିୟୋଜିତ ହୋଇଥିଲା।