ବ୍ରହ୍ମପୁରରୁ ଆନ୍ଧ୍ରକୁ ରୂପା ଇଟା ଚାଲାଣ ବେଳେ ଇଚ୍ଛାପୁର ପୋଲିସ ଦ୍ୱାରା ୩ଜଣ ଗିରଫ, ୨୦ ଲକ୍ଷ ଟଙ୍କାର ରୂପା ଜବତ

Published: Aug 27, 2020, 5:21 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁରରୁ ଆନ୍ଧ୍ରକୁ ରୂପା ଚାଲାଣ ବେଳେ ପୋଲି ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ ୬୧ କେଜିର ରୂପା ଇଟା ଜବତ କରିଛି ।

ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ୍‌ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ୍‌ ଚେକ୍‌ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା ।ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାର୍‌କୁ ଅଟକାଇଥିଲା ପୋଲିସ । ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୂପା ଇଟା ଜବତ ହୋଇଥିଲା । ଗାଡ଼ିରେ ବସିଥିବା ଅଭିଯୁକ୍ତ ମାନେ ରୂପାଇଟାର କୌଣସି କାଗଜପତ୍ର କି ବିଲ୍ ପୋଲିସକୁ ଦେଖାଇପାରିନଥିଲେ । ଯାହାଫଳରେ ସନ୍ଦେହ ଜାତ ହେବା ସହିତ ଅଧିକ ଜେରା କରିବା ପରେ ସେହି ତିନି ଜଣ ଯୁବକ ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ପୋଲିସକୁ କହିଥିଲେ ।ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାର୍‌କୁ ଅଟକାଇଥିଲା ପୋଲିସ । ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୂପା ଇଟା ଜବତ ହୋଇଥିଲା । ଗାଡ଼ିରେ ବସିଥିବା ଅଭିଯୁକ୍ତ ମାନେ ରୂପାଇଟାର କୌଣସି କାଗଜପତ୍ର କି ବିଲ୍ ପୋଲିସକୁ ଦେଖାଇପାରିନଥିଲେ । ଯାହାଫଳରେ ସନ୍ଦେହ ଜାତ ହେବା ସହିତ ଅଧିକ ଜେରା କରିବା ପରେ ସେହି ତିନି ଜଣ ଯୁବକ ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ପୋଲିସକୁ କହିଥିଲେ ।ଜବତ ରୂପା ଇଟାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ମଛଲିପଟନମ୍‌ର ପି.ସୁରୀ ବାବୁ, ଇଜାଦ୍‌ ଗୋବିନ୍ଦା ଏବଂ କାର୍‌ ଡ଼୍ରାଇଭର୍‌ ବି. ନରସିଂହମୁଲୁକୁ ଗିରଫ କରିଛି ଇଚ୍ଛାପୁର ପୋଲିସ । ଏନେଇ ଅଧିକା ତଦନ୍ତ ଜାରି ରଖିଛି ପୋଲିସ  ।

Related posts