Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀ : ଅନଲାଇନ ପଢା ସାରି ମୋବାଇଲକୁ ଚାର୍ଜରେ ବସାଇବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର
ଆଜିର ଖବର

ଟାଙ୍ଗୀ : ଅନଲାଇନ ପଢା ସାରି ମୋବାଇଲକୁ ଚାର୍ଜରେ ବସାଇବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

August 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ : ଅନ୍ ଲାଇନ୍ କ୍ଲାସ ହେଲା କାଳ। ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଲେ ୭ ମ ଶ୍ରେଣୀର ଛାତ୍ର ବ୍ଲେସନ ପ୍ରଭୁ ଦାସ। ଘଟଣା ଘଟିଛି ଖୋରଧା ଜିଲା ଟାଙ୍ଗୀ ଥାନା ପାରି ଓରଡ ଗ୍ରାମରେ। କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ସ୍କୁଲ୍ କଲେଜ୍ ବନ୍ଦ ରହିଛି । ତେଣୁ ପିଲାଙ୍କୁ ଶିକ୍ଷା ଦେବା ଲାଗି ସ୍କୁଲ୍ ଏବଂ କଲେଜ୍ ପକ୍ଷରୁ ଅନ ଲାଇନ୍ କ୍ଲାସ ଚାଲିଛି । ପିଲାମାନେ ମୋବାଇଲ ଓ କମ୍ପ୍ୟୁଟର ମାଧ୍ୟ୍ୟମରେ ଅନ ଲାଇନ କ୍ଲାସରେ ପାଠ ପଢୁଛନ୍ତି, ତେବେ ଆଜି ଟାଙ୍ଗୀ ଥାନା ଟାଙ୍ଗୀ ବ୍ଲକ ର ପାରିଓରଡ଼ ଗ୍ରାମର ପ୍ରସନ ପ୍ରଭୁ ଦାସଙ୍କ ୧୪ ବର୍ଷ ବୟସ୍କ ପୁତ୍ର ବ୍ଲେସନ ପ୍ରଭୁ ଦାସ ମୋବାଇଲ୍ ମାଧ୍ୟ୍ୟମରେ ଅନ ଲାଇନ କ୍ଲାସ ରେ ପାଠ ପଢୁଥିଲେ। ପାଠ ପଢି ସାରିବା ପରେ ମୋବାଇଲରେ ଚାର୍ଜ ସରି ଯିବାରୁ ସେ ମୋବାଇଲ୍ କୁ ଚାର୍ଜ କରିବା ପାଇଁ ଗୃହର ଏକ ପ୍ଲଗରେ ସଂଯୋଗ କରୁଥିବା ସମୟରେ କୌଣସି କାରଣବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ବ୍ଲେସନଙ୍କ ଚିତ୍କାର ଶୁଣି ତାର ପିତା ପ୍ରସନ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇ ଆହତ ହୋଇଥିଲେ। ଏହା ପରେ ଘରର ଅନ୍ୟ ସଦସ୍ୟ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ମେନ୍ ସୁଇଚ୍ କାଟି ଦେବାରୁ ବାପ ପୁଅ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।

ଗୁରୁତର ଅଵସ୍ଥାରେ ଛାତ୍ର ବ୍ଲେସନକୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟଵସ୍ଥାରେ ଉନ୍ନତି ଘଟୁଥିବା ଡାକ୍ତରଖାନା ସୂତ୍ରରୁ ଜଣା ପଡିଛି। ବ୍ଲେସନ ପ୍ରଭୁ ଦାସ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟ ମାଉଣ୍ଟ ଲିଟେରା ଜି ସ୍କୁଲ୍ ର ୭ ମ ଶ୍ରେଣୀର ଛାତ୍ର ବୋଲି ଜଣା ପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ନଭେମ୍ବର ୫ରୁ କଟକରେ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା

September 13, 2025

କିଏ ସେହି ବ୍ୟକ୍ତି, ଯିଏ କି ବିଶ୍ବର ହେଲେ ଦ୍ବିତୀୟ ଧନୀ, ତାଙ୍କର ବୟସ ୮୧ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ବୟସ ୩୩ ବର୍ଷ

September 13, 2025

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖ ଶନିବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2025

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025
Latest News

ଆସନ୍ତା ନଭେମ୍ବର ୫ରୁ କଟକରେ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା

September 13, 2025

କିଏ ସେହି ବ୍ୟକ୍ତି, ଯିଏ କି ବିଶ୍ବର ହେଲେ ଦ୍ବିତୀୟ ଧନୀ, ତାଙ୍କର ବୟସ ୮୧ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ବୟସ ୩୩ ବର୍ଷ

September 13, 2025

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖ ଶନିବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2025

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025

ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ର ବିଜେତା ହେଲା ପୂର୍ବତଟ ରେଳପଥ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.