Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲି ଚୋରା ଚାଲାଣ ଏବଂ ନଦୀ ତଟ ସୁରକ୍ଷା ନେଇ ଜିଲ୍ଲା କଂଗ୍ରେସର ଦାବିପତ୍ର
ଆଜିର ଖବର

ବାଲି ଚୋରା ଚାଲାଣ ଏବଂ ନଦୀ ତଟ ସୁରକ୍ଷା ନେଇ ଜିଲ୍ଲା କଂଗ୍ରେସର ଦାବିପତ୍ର

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ନଦୀପଠାଗୁଡ଼ିକରୁ ବହୁଦିନ ହେଲା ଚୋରାରେ ବାଲିଚାଲଣ ହେଉଛି। ଏଥିଯୋଗ୍ୟୁ ରାଜ୍ୟ ସରାକର ବିପୁଳ ପରିମାଣରେ ରାଜସ୍ୱ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଚୋରା ବାଲିଚାଲାଣ ରୋକିବା ଏବଂ ନଦୀପଠାଗୁଡ଼ିକର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଗଂଜାମ ଜିଲ୍ଲାର ବିଭିନ୍ନ ନଦୀତଟରୁ ପ୍ରତିଦିନ ଶହଶହ ଟ୍ରକ, ଟ୍ରାକ୍ଟ, ଟିପ୍ପର ଯୋଗେ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ବାଲି ଚାଲାଣ ହେଉଛି। ରାଜ୍ୟ ବାହାରକୁ ଏବଂ ବାହାର ଦେଶକୁ ମଧ୍ୟ ଜାହାଜ ଯୋଗେ ସମୁଦ୍ର ପଥରେ ଚାଲାଣ ହେଉଛି। ଏ ବିଷୟ ସରକାର ଓ ପ୍ରଶାସନ ଜାଣିଥିଲେ ମଧ୍ୟ ନୀରବ ଦ୍ରଷ୍ଟା। ବୋଲି ଚୋରି ଘଟଣାକୁ କେନ୍ଦ୍ରକରି ବିଭିନ୍ନ ସମୟରେ ଜିଲ୍ଲାର ଅନେକ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ଯାହାର ସଦ୍ୟ ଉଦାହରଣ ହିଂଜିଳିକାଟୁ ଘଟଣା। ବାଲି ବାବଦରେ ସରକାର ଯେତିକି ରାଜସ୍ୱ ପାଉନାହାନ୍ତି ତାଠାରୁ ବେଶୀ ଅର୍ଥ ରାସ୍ତା ମରାମତି ଓ ନିର୍ମାଣ ବାବଦରେ ବ୍ୟୟ ହେଉଛି। ବାଲିମାଫିଆ, ସରକାର ଓ ପ୍ରଶାସନ ଭିତରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ସରକାର ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଏହାର ନରିପେକ୍ଷ ତଦନ୍ତ ଆବଶ୍ୟକ।

ଜିଲ୍ଲାର ୧୧୭ ସୈରାତ ମଧ୍ୟରୁ ୭୮ଟି ନିଲାମ ହୋଇଛି। ସୈରାତ ତୁଳନାରେ ଅଧିକ ବାଲି ରାତି ଅଧିଆ ଚାଲାଣ ହେଉଛି। ବାଲି ଚାଲାଣ ଯୋଗୁଁ ନଦୀପଠା ଗଭୀର ହୋଇ କୂଳ କ୍ଷତିଗସ୍ତ ହେଉଛି। ଗାଁ ଭିତରେ ବାଲି ପଶୁଛି, ବର୍ଷାଦିନରେ ଚାଷଜମି ବାଲିଚର ହେଉଛି ଏବଂ ଏକର ଏକର ଚାଷ ଜମି ନଦୀଗର୍ଭରେ ମିଶୁଛି। ଏହାଫଳରେ ଚାଷୀ ଭୂମିହୀନ ହେଉଛି। ତେଣୁ ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବାଲି ଚୋରାଚାଲଣ ଦିଗରେ ପଦକ୍ଷେପ ନିଅନ୍ତୁ ଓ ନଦୀତଟଗୁଡ଼ିକର ସୁରକ୍ଷା କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି।

ଦାବିପତ୍ର ପ୍ରଦାନ ସମୟରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋକାଲି ସେଠୀ, ରାଜିବରମଣ ଖୁଣ୍ଟିଆ, ଉଦୟନାଥ ପାଣିଗ୍ରାହୀ, ସାଇପ୍ରସାଦ ପାତ୍ର, କିଶୋର କାପୁର୍‌, ରଂଜନ କୁମାର ତରାଇ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ।

ବାଲି ଚୋରା ଚାଲାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026
Latest News

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026

ହୁମାୟୁନ୍ କବୀରଙ୍କୁ ଓୱେସିଙ୍କ ବଡ଼ ଝଟକା: ଏକାକୀ ବଙ୍ଗଳା ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.