ଭୁବନେଶ୍ବର : ପୁରୀ ବାଇପାସ୍ ରୋଡ୍ରେ ଗୋଟିଏ ରେଷ୍ଟୁରାଣ୍ଟ ସିଲ୍ କରିଛି ବିଏମ୍ସି । କୋଭିଡ୍ କଟକଣା ଉଲ୍ଲଂଘନ କରି ଜନ୍ମଦିନ ଉତ୍ସବ ପାଳନ ହେଉଥିଲା । ଟ୍ରେଡ୍ ଲାଇସେନ୍ସ ନ ଥାଇ ମଦ ପରିବେଷଣ ହେଉଥିବା ଅଭିଯୋଗ ହୋଇଥିବାର ଜଣାପଡିଛି ।
ସମ୍ପ୍ରତି ରାଜଧାନୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 775 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।