Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ପ୍ରଥମ ଲୋକପାଳ ପୀନାକି ଘୋଷ
ଆଜିର ଖବର

ଭାରତର ପ୍ରଥମ ଲୋକପାଳ ପୀନାକି ଘୋଷ

March 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
india got its first lokpal
india got its first lokpal

ଭାରତରେ ଲୋକପାଳ ବିଲ୍‌ ପାଶ୍‌ ହେବାର ଦୀର୍ଘ ୬ବର୍ଷ ପରେ ଦେଶକୁ ଏହାର ପ୍ରଥମ ଲୋକପାଳ ମିଳିଛି। ପୂବର୍ତନ ସୁପ୍ରିମ୍‌କୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷଙ୍କୁ ଦେଶର ପ୍ରଥମ ଲୋକପାଳ ହେବାର ସୁଯୋଗ ମିଳିଛି। ପୂର୍ବତନ ସଶସ୍ତ୍ର ସୀମାବଳ ମୁଖ୍ୟ ଅଚ୍ଚର୍ନା ରାମସୁନ୍ଦରମ୍‌, ପୂବର୍ତନ ମହାରାଷ୍ଟ୍ର ମୁଖ୍ୟ ସଚିବ ଦୀନେଶ କୁମାର ଜୈନ, ମହେନ୍ଦ୍ର ସିଂ ଏବଂ ଇନ୍ଦ୍ରଜିତ୍‌ ପ୍ରସାଦ ଗୌତମଙ୍କୁ ଏହି ଦଳରେ ଅଣନ୍ୟାୟିକ ସଦସ୍ୟ ଭାବରେ ମନୋନୀତ କରାଯାଇଛି। ସେହିପରି ଜଷ୍ଟିସ୍‌ ଦିଲିପ୍‌ ବି ଭୋସ୍‌ଲେ, ପ୍ରଦୀପ କୁମାର ମହାନ୍ତି, ଅଭିଳାଶା କୁମାରୀ ଏବଂ ଅଜୟ କୁମାର ତ୍ରୀପାଠୀଙ୍କୁ ନ୍ୟାୟିକ ସଦସ୍ୟ ଭାବରେ ଏହି ଦୁର୍ନୀତି ନିବାରଣ ବିଭାଗରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କମିଟିର ସୁପାରିଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିବା ପରେ ସରକାରୀ ଭାବରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ରାଜ୍ୟ ଗୋଷ୍ଠୀ କ୍ରୀଡା ଦୁର୍ନୀତି ଏବଂ କୋଲ୍‌ଗେଟ୍‌ ଦୁର୍ନୀତି ଏବଂ ୨ଜି ଦୁର୍ନୀତି ପରେ ଆନ୍ନା ହଜାରେଙ୍କ ଦ୍ବାରା ୨୦୧୩ରେ ଆରମ୍ଭ ହାେଇଥିବା ଆନ୍ଦୋଳନକୁ ଦୀର୍ଘ ୬ବର୍ଷ ପରେ ସଫଳତା ମିଳିଛି। ଦୀର୍ଘଦିନର ଆନ୍ଦୋଳନ ପରେ ଏହା ଥମି ଯାଇଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କ ଉପରେ ଚାପ ବଜାୟ ରଖିଥିଲେ ଏବଂ ପରିଶେଷରେ ଏହି ଦୁର୍ନୀତି ନିବାରଣ ବିଭାଗ ଦେଶକୁ ମିଳିଛି। ମୋଦିଙ୍କ ନେତୃତ୍ବାଧୀନ ଏହି କମିଟିରେ ସୁପ୍ରିମ୍‌କୋର୍ଟ ବିଚାରପତି ରଞ୍ଜନ ଗୋଗୋଇ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏବଂ ପ୍ରଖ୍ୟାତ ନ୍ୟାୟବିତ୍‌ ମୁକୁଲ୍‌ ରୋହତାଗୀ ସଦସ୍ୟ ରହିଥିଲେ। ୬୬ବର୍ଷୀୟ ଘୋଷ  ମେ ୨୦୧୭ରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ଅବସର ଗ୍ରହଣ କରିବା ପରେ ଜୁନ୍‌ ୨୯ଠାରୁ ଜାତୀୟ ମାନବାଧିକାର କମିଶନର ସଦସ୍ୟ ରହି ଆସିଛନ୍ତି।

 

india thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026
Latest News

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.