Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ଅବକାରୀ ଅଫିସରକୁ ଘଣ୍ଟଘୋଡାଉଛି କିଏ ? ଆଇନ୍ ଉଲଂଘନକୁ ମାସେ ପୁରିଲା ତଦନ୍ତ ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ
ଆଜିର ଖବର

ତିର୍ତ୍ତୋଲ ଅବକାରୀ ଅଫିସରକୁ ଘଣ୍ଟଘୋଡାଉଛି କିଏ ? ଆଇନ୍ ଉଲଂଘନକୁ ମାସେ ପୁରିଲା ତଦନ୍ତ ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ

August 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ସରକାରଙ୍କ (ଏନ୍.ଡି.ପି.ଏସ୍) ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରାଯିବାର ଏକମାସ ଟପିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ ଏମିତିକି ଉକ୍ତ ଘଟଣାର କୌଣସି ତଦନ୍ତ ହୋଇନାହିଁ ବୋଲି ଶୁଣିବାକୁ ମିଳୁଛି। ଚୋରା ବେପାରୀଙ୍କ ଠାରୁ ତିର୍ତ୍ତୋଲରୁ ଅଧିକ ବେଆଇନ୍ କଲେକ୍ସନ୍ ଜିଲ୍ଲାଅଫିସକୁ ଦିଆଯାଉ ଥିବାରୁ ଜିଲ୍ଲାର ଜନୈକ ଅସାଧୁ ଅଫିସର ଉକ୍ତ ଘଟଣାକୁ ଘଣ୍ଟଘୋଡାଉଥିବା ଚର୍ଚ୍ଚା ହେଉଛି।

ସୂଚନାନୁଯାୟୀ ଗତମାସ ୨୩.୦୭.୨୦୨୦ରିଖ ସଂନ୍ଧ୍ଯାରେ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଶଙ୍ଖେଶ୍ୱର ଅଞ୍ଚଳର ଏକ ଚୋରା ଗଞ୍ଜେଇ ବେପାରୀ ଉପରେ ରେଡ୍ କରାଯାଇ ୧କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯିବା ସହିତ ଆସାମୀକୁ ଗିରଫ୍ କରି ଜବତ ହୋଇଥିବା ଉକ୍ତ ଗଞ୍ଜେଇ ସହିତ ଆସାମୀକୁ ରାତିସାରା ତିର୍ତ୍ତୋଲ ଅବକାରୀ କାର୍ଯ୍ୟାଳୟରେ ରଖି ସକାଳୁ କୋର୍ଟ ଚାଲାଣ କରାଯାଇଥିଲା ବୋଲି ତିର୍ତ୍ତୋଲ ଅବକାରୀ ଅଫିସର ଜଣକ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ କାଗଜପତ୍ରରେ କିନ୍ତୁ ଶୁକ୍ରବାର ସକାଳୁ ଏହି ଗଞ୍ଜେଇ ରେଡ୍ କରାଯାଇଥିବା ଦର୍ଶାଯାଇଛି ବୋଲି ଭିତିରି ଖବର ମିଳିଥିଲା । ସୂଚନା ମୁତାବକ ସରକାରୀ ଆଇନ ଅନୁଯାୟୀ ଜଣେ ଏକଜ୍ୟୁକିଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିମ୍ବା ତାଙ୍କ ଅନୁମତିପତ୍ର ପାଇବା ପରେ ଗଞ୍ଜେଇ ରେଡ୍ କରାଯିବା କଥା ଏବଂ ଗଞ୍ଜେଇ ରେଡ୍ ହେବା ପରେ ଉକ୍ତ ଜବତ ହୋଇଥିବା ଗଞ୍ଜେଇକୁ ରାତିରେ ନିକଟସ୍ଥ ଥାନା ହେପାଜତରେ ରଖାଯିବାପାଇଁ ସରକାରୀ ନିର୍ଦ୍ଦେଶ ଥିବା ଜାଣିବାକୁ ମିଳିଛି । କିନ୍ତୁ ଏଠି ସେମିତି କିଛି କରାନଯାଇ ସରକାରଙ୍କ ନିର୍ଦ୍ଦେଶକୁ କିପରି ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇ ପାରୁଛି ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏନେଇ ତିର୍ତ୍ତୋଲ ଥାନା ଆଇ.ଆଇ.ସି ଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଗଞ୍ଜେଇ ରେଡ୍ ସମ୍ପର୍କରେ ଅବଗତ ନାହାଁନ୍ତି ବୋଲି ପ୍ରକାଶ କରିଥିଲେ।

ଏଠି ପ୍ରଶ୍ନ ଉଠୁଛି ତିର୍ତ୍ତୋଲ ଅବକାରୀ ଅଫିସର କ’ଣ ସରକାରଙ୍କ ଅବକାରୀ ନିୟମ ସମ୍ପର୍କରେ ଅବଗତ ନାହାଁନ୍ତି ନା କେଉଁ ସ୍ୱାର୍ଥ ପାଇଁ ସରକାରୀ ନିୟମକୁ ଏପରି ଭାବେ ଜଳାଞ୍ଜଳି ଦେବାକୁ ପଡିଲା ବୋଲି ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।ଏପରିକି ସେଦିନ ସଂଧ୍ୟାରେ ତିର୍ତ୍ତୋଲ ଅବକାରୀ ବିଭାଗ ଜନୈକ ଗଞ୍ଜେଇ ଭେଣ୍ଡରର ଇଶାରାରେ ଓ ଭେଣ୍ଡରର ନିଜ କାର୍ ରେ ଯାଇ ଏହି ଗଞ୍ଜେଇ ରେଡ୍ କରାଯାଇଥିଲା ବୋଲି କୁହାଯାଉଛି। ଉକ୍ତ ଘଟଣାର ତଦନ୍ତ ହେବା ତ ଦୂରର କଥା ତିର୍ତ୍ତୋଲର ଉକ୍ତ ଏ.ଏସ୍.ଆଇ ଜଣକ ଚୋରା ମାଦକଦ୍ରବ୍ୟ ବେପାରିଙ୍କ ଠାରୁ ଅଧିକ କଲେକ୍ସନ୍ କରି ଦେଉଥିବାରୁ ସେ ଏବେ ଜନୈକ ଜିଲ୍ଲା ସ୍ତରୀୟ ଅଫିସରଙ୍କ ଗେଲ୍ଲାପୁଅ ସାଜିଥିବା କୁହାଯାଉଛି।

ଅନୁସନ୍ଧାନମୁଳକ ଖବର ଅନୁଯାୟୀ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଗ୍ରାମାଞ୍ଚଳ ମାନଙ୍କରେ ଛତୁଫୁଟିଲା ପରି ଚୋରା ମାଦକଦ୍ରବ୍ୟ ବେପାରୀମାନେ ପସରା ମେଲେଇଥିବା ଦେଖିବାକୁ ମିଳୁଛି ।ଏମିତିକି କେତେକ ଚୋରା ବେପାରୀ ଭାଙ୍ଗ ଲାଇସେନ୍ସ ନାଁରେ ଗଞ୍ଜେଇ ବେପାର କରୁଥିବା ଓ ସେମାନଙ୍କ ମଧ୍ୟରେ ବେପାରକୁ ନେଇ ପ୍ରତିଯୋଗିତା ଲାଗିରହିଥିବା କୁହାଯାଉଛି। ଏପରିକି ଏହି ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ବେପାର ବୃଦ୍ଧିକୁ ନେଇ ଲାଗିରହିଥିବା ପ୍ରତିଯୋଗିତାରେ ତିର୍ତ୍ତୋଲ ଅବକାରୀ କାର୍ଯ୍ୟାଳୟର ଜନୈକ ଅସାଧୁ କନଷ୍ଟେବଳ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେମାନଙ୍କର ଦଲାଲ୍ ସାଜିଥିବା ଚର୍ଚ୍ଚା ହେଉଛି। ଏନେଇ ତିର୍ତ୍ତୋଲ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ଉକ୍ତ ଘଟଣା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବା ସହିତ ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ସତ୍ୟର ପର୍ଦ୍ଦାଫାସ୍ ହେବା ସହିତ ଏହି ଘଟଣାକୁ ଘଣ୍ଟଘୋଡାଉଥିବା ଜନୈକ ଜିଲ୍ଲାସ୍ତରୀୟ ଅଫିସରଙ୍କ ଅସଲ ମୁଖା ଖୋଲିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୪୦ ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ୍

October 11, 2025

ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ

October 11, 2025
Latest News

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025

ଆଜି ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 11, 2025

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୪୦ ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ୍

October 11, 2025

ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.