Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବାରବାଦ ରାଜନୀତିକୁ ମୋଦିଙ୍କ ସମାଲୋଚନା
ଆଜିର ଖବର

ପରିବାରବାଦ ରାଜନୀତିକୁ ମୋଦିଙ୍କ ସମାଲୋଚନା

March 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପରିବାରବାଦ ରାଜନୀତିକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ରାଜନୀତିରେ ସବୁଠୁ ଅଧିକ ସମସ୍ୟା ଭୋଗିଥାଏ ସମାଜ। ଗଣମାଧ୍ୟମ ଠାରୁ ସଂସଦ ଏବଂ ସେନା ଠାରୁ ନେଇ ମତପ୍ରକାଶର ଅଧିକାର ଏବଂ  ନିର୍ବାଚନମଣ୍ଡଳୀ ଠାରୁ ନେଇ ବିଚାରାଳୟ ସମସ୍ତ ସଂସ୍ଥାନ ପରିବାରବାଦ ରାଜନୀତି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହାେଇଥାଏ ବୋଲି ମୋଦି ନିଜର ଟ୍ବିଟ୍ଟର ଆକାଉଣ୍ଟରେ ସେୟାର କରିଛନ୍ତି। ପରିବାରବାଦରୁ ସୃଷ୍ଟି ରାଜନୈତିକ ଦଳ ଗୁଡିକ କଦାପି ମୁକ୍ତ ଏବଂ ଅବାଧ ଗଣମାଧ୍ୟମକୁ ସମର୍ଥନ କରିନଥାଏ। ତେଣୁ ମତପ୍ରକାଶ ଉପରେ କଂଗ୍ରେସ ତରଫରୁ ଅଣାଯାଇଥିବା ସମ୍ବିଧାନ ସଂଶୋଧନ ନିୟମକୁ ନେଇ ଆଦୌ ଆଶ୍ଚର୍ଯ୍ୟ ହେବା ଅନୁଚିତ୍‌। ଏହା ସହିତ ମୋଦି କହିଥିଲେ କଂଗ୍ରେସ ଶାସନ ସମୟରେ ଏପରି ନିୟମ ପ୍ରଣୟନ କରାଯାଇଛି ଯାହାଦ୍ବାରା କିଛି ଅପମାନଜନକ ପୋଷ୍ଟ କରିବା ନିମେନ୍ତ ଜେଲ୍‌ ଯିବାକୁ ପଡିଥାଏ। କୌଣସି ୟୁପିଏ ନେତାଙ୍କ ପୁଅ ବିଷୟରେ ଟ୍ବିଟ୍‌ କରି ସାଧାରଣ ନାଗରିକଙ୍କୁ  ଜେଲ୍‌ ଯିବାକୁ ପଡୁଛି। ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ନିକଟରେ କର୍ଣ୍ଣାଟକରେ ଜେଡିଏସ୍‌ – କଂଗ୍ରେସ ମେଣ୍ଟ ବିରୋଧରେ ପ୍ରଦଶର୍ନ କରି କିଛି ଯୁବକଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ସାଧାରଣ ଲୋକଙ୍କ ଉପରେ ଚାପ ପକାଇବା ଦ୍ବାରା ଦଳ ପ୍ରତି ଲୋକଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ଆସିନଥାଏ ବାେଲି ମୋଦି କହିଛନ୍ତି। ସେହିପରି ବିଚାରାଳୟର ଅବମାନନାରେ କଂଗ୍ରେସ ଏକ ନମ୍ବର ବୋଲି ମଧ୍ୟ କହିଛନ୍ତି ମୋଦି। ଇନ୍ଦିରା ଗାନ୍ଧୀଙ୍କ ସମୟରେ କୋର୍ଟ ସମ୍ବିଧାନ ଅପେକ୍ଷା ଏକ ପରିବାର ପ୍ରତି ଅଧିକ ପ୍ରତିବଦ୍ଧ ଥିଲେ। ସେହି ସମୟରେ ପ୍ରଧାନ ବିଚାରପତି ଚୟନ ସମୟରେ ମଧ୍ୟ ଅନେକ ସମ୍ମାନୀୟ ନାମକୁ ଉପେକ୍ଷା କରାଯାଇଥିବା ମୋଦି କହିଛନ୍ତି। ଅସ୍ବୀକାର, ଅପମାନ ଏବଂ ଭୟଭୀତ କରିବା କଂଗ୍ରେସର ସରଳ କାର୍ଯ୍ୟପନ୍ଥା। ସେହିପରି ଯୋଜନା କମିଶନକୁ ‘ଜୋକରଙ୍କ ଏକ ଦଳ’ କହିଥିବା ରାଜୀବ ଗାନ୍ଧୀଙ୍କ ଉଦାହରଣ ମଧ୍ୟ ରଖିଥିଲେ ମୋଦି। ସେହିପରି  କୋଲ୍‌ଗେଟ୍‌ ଦୁର୍ନୀତି ଏବଂ ୨ଜି ଦୁର୍ନୀତିର ପର୍ଦ୍ଦାଫାଶ ପରେ ସିଏଜିର କାର୍ଯ୍ୟକାରିତା ଉପରେ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ସିବିଆଇ, ଆଇବି ଏବଂ  ର କୁ ରାଜନୈତିକ ଫାଇଦା ନେଇ  କଂଗ୍ରେସ ବ୍ୟବହାର କରିବା ଉପରେ ମୋଦି ପ୍ରଶ୍ନ ଉଠାଇଥିଲେ।

 

 

Congress criticize Modi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026
Latest News

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.