ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ କରିବେ ବନ୍ୟା ଅଞ୍ଚଳ ପରିଦର୍ଶନ

Published: Aug 30, 2020, 11:12 pm IST

ଭୁବନେଶ୍ବର,ସୋମବାର ଦିନ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ସକାଳୁ ହେଲିକାପ୍ଟରରେ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ପ୍ରଭୃତି କେତେକ ଜିଲ୍ଲାର ପରିସ୍ଥିତି ଦେଖିବେ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲଗାତର ତିନୋଟି ଲଘୁ ଚାପ ସୃଷ୍ଟି ଯୋଗୁଁ ରାଜ୍ୟର ମହାନଦୀ, ସୁବର୍ଣ୍ଣ ରେଖା, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀରେ ବନ୍ୟା ସୃଷ୍ଟି ହୋଇଛି।

ତେବେ ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଟିମ ଏବଂ ଅଗ୍ନଶମ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ସହଯୋଗରେ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ନେବା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି। ବର୍ତ୍ତମାନ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆସନ୍ତାକାଲି ଏଥିରେ ଆହୁରି ପରିବର୍ତ୍ତନ ହେବ ବୋଲି ମୁଖ୍ୟସାସନ ସଚିବ କହିଛନ୍ତି।

Related posts