ଭୁବନେଶ୍ବର : କରୋନା ଯୋଗୁଁ ଆଜି ରାଜ୍ୟର 10 ଜଣଙ୍କ ଜୀବନ ଯାଇଛି । କନ୍ଧମାଳ ଓ ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଖୋର୍ଦ୍ଧାରୁ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ 2ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବରରୁ 56 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଦୁଇ ମୃତକଙ୍କ ମହିଳା ହୋଇଥିବାବେଳେ ଦୁହିଁ ଜଣଙ୍କ ବୟସ 60 ବର୍ଷ ବୋଲଇ ସୂଚନା ରହିଛି । କନ୍ଧମାଳର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 43, 58 ଓ 42 ବର୍ଷ ।
ସେହିପରି ଗଞ୍ଜାମର 48 ବର୍ଷୀୟ ପୁରୁଷ, ରାୟଗଡାରୁ 54ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 71 ବର୍ଷୀୟ ପୁରୁଷ, ନୟାଗଡରୁ 73ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା 492କୁ ବୃଦ୍ଧି ହୋଇଛି ।