Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ସ୍ୱାୟତ୍ତ ଶାସନ ଦିବସ ; ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ବିଭିନ୍ନ ପ୍ରକଳ୍ପ 
ଆଜିର ଖବର

ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ସ୍ୱାୟତ୍ତ ଶାସନ ଦିବସ ; ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ବିଭିନ୍ନ ପ୍ରକଳ୍ପ 

September 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା : ଚଳିତ ବର୍ଷ ଖୋର୍ଦ୍ଧା ପୌରପରିଷଦ ତରଫରୁ ନିରାଡ଼ମ୍ବର ଭାବେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି ।  ଏହି ଅବସରରେ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଶ୍ରୀ ସନତ କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିନ୍ଦ୍ରନାଥ ମିତ୍ର ଉପସ୍ଥିତ ଥିଲେ ।

ଏହି ଅବସରରେ ଜିଲ୍ଲାପାଳ ମହୋଦୟ ଜନସାଧାରଣ ଙ୍କ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ବିଧାୟକ ମହୋଦୟ ଆଗାମୀ ଦିନରେ ମ୍ୟୁନିସିପାଲିଟି ମଧ୍ୟରେ ହେବାକୁ ଥିବା ସମସ୍ତ ପ୍ରୋଜେକ୍ଟ ଗୁଡିକର କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ । ପୌର ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶ୍ୱେତପଦ୍ମା ଶତପଥୀ ଜଜାରସିଂହ ମୌଜାରେ ଥିବା ଶ୍ମଶାନର ନବୀକରଣ, ପର୍ଯ୍ୟଟନ କ୍ଷେତ୍ର ବରୁଣେଇର ଉନ୍ନତିକରଣ, ଟାଉନହଲ ପୁନଃରୁଦ୍ଧାର, ଜରିପୋଖରୀ ଉନ୍ନତିକରଣ, ମୁକୁନ୍ଦପ୍ରସାଦ ବଡ଼ ପୋଖରୀ ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାର ଅର୍ଥ ଅନୁମୋଦନ ହୋଇଥିବା ସୂଚନା ଦେଇଥିଲେ ।

ଏ ଅବସରରେ ପୌରପରିଷଦ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରପରିଷଦର ମୁକୁନ୍ଦପ୍ରସାଦଠାରେ ସ୍ଥାପିତ ହେବାକୁ ଥିବା ମାଇକ୍ରୋ କାମ୍ପୋଷ୍ଟିଙ୍ଗ ପ୍ରକଳ୍ପ ଓ ମ୍ୟାଟେରିଆଲ ରିକୋଭିରି ଫ୍ୟାସିଲିଟି ସେଣ୍ଟରକୁ ଭିଡ଼ିଓ କନଫେରିସିଂ ଦ୍ୱାରା ଉଦଘାଟନ କରିଥିଲେ। ଖୋର୍ଦ୍ଧା ପୌରପରିଷଦରେ ଇ-ମ୍ୟୁନିସିପାଲିଟି ଦ୍ୱାରା ଏମ.ପି.କ୍ଯୁ.ଏସ ମେସିନ ମାଧ୍ୟମରେ ଗୃହ ତଥା ଲାଇସେନ୍ସ ଟିକସ ଆଦାୟର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢ଼ୀ ଏବଂ ଆକ୍ସିସ ବ୍ୟାଙ୍କ ଶାଖା ପରିଚାଳକ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଖୋର୍ଦ୍ଧା ପୌରପରିଷଦର ସମସ୍ତ ଟ୍ରାନଜାକସନ ଅନଲାଇନ ମାଧ୍ୟମରେ କରିବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026
Latest News

୫୪୩ ରୁ ୮୧୬କୁ ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା: ଜାଣନ୍ତୁ ଓଡିଶା ପାଇଁ କେତେ?

March 24, 2026

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.