ଭୁବନେଶ୍ବର : ସିଏମ୍ସି ଓ ବିକାଶ ଭବନ କାର୍ଯ୍ୟାଳୟ 15 ଦିନ ସାଧାରଣ ଲୋକଙ୍କୁ ମନା । ଏକାଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକ କାର୍ଯ୍ୟାଳୟ ନ ଆସିବା ପାଇଁ ସିଏମସି ବାରଣ କରିଥିବା ସୂଚନା ମିଳିଛି । ସେହିଭଳି ଡିସିପିଙ୍କ କାର୍ଯ୍ୟାଳୟକୁ ମଧ୍ୟ 7 ଦିନ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଡିସିପିଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ଆକ୍ରାନ୍ତ ହେବାରୁ ଏହି କଟକଣା ଜାରି ହୋଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ପୁଣି 3ହଜାର 25 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Tags: