ପୁରୀ : ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢିଲା । ସେପ୍ଟେମ୍ବର 30 ଯାଏ କଟକଣା ବଢାଇଲେ ପୁରୀ ଜିଲ୍ଲାପାଳ। ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସଂସ୍କାର କରିବା ମନା । କେବଳ ପୁରୀ ଜିଲ୍ଲାବାସୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କରିପାରିବେ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ମାନି ଦାହ ସଂସ୍କାର କରିପାରିବେ ବୋଲି ସୂଚନା ରହିଛି ।
ମହାମାରୀ କରୋନାର ଭୟଙ୍କର ସ୍ଥିତିକୁ ନଜରରେ ରଖି ସ୍ବର୍ଗଦ୍ବାରର ଦାହ ସଂସ୍କାର ଉପରେ କଟକଣା ଲଗାଯାଇଥିଲା ଏପରିକି ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି।
Tags: