କଟକ: ଘରୋଇ ସ୍କୁଲ୍ ଫି ବୃଦ୍ଧି ପ୍ରସଙ୍ଗରେ ଆପୋସ ସମାଧାନ ପାଇଁ ଆଜି ଓଡିଶା ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ବୈଠକ ଡାକି ଆଲୋଚନା କରି ସମାଧାନର ସୂତ୍ର ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅଭିଭାବକ ମହାସଂଘ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଆବେଦନକାରୀ ଅଭିଭାବକଙ୍କୁ ସାମିଲ କରିବାକୁ କୁହାଯାଇଛି ।
ଯଦି କୌଣସି ନିର୍ଯ୍ୟାସ୍ ନବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ । କୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ । ସୂଚନାଯୋଗ୍ୟ ଯେ, ଘରୋଇ ସ୍କୁଲ ଫ’ ବୃଦ୍ଧି ମାମଲାରେ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା।
Tags: